ଆଜି ପୁଲୱାମା ଆକ୍ରମଣକୁ ପୂରିଲା ୩ ବର୍ଷ, ମନରୁ ଯାଇନି ସେ ପେବୃଆରୀ ୧୪

ନୂଆଦିଲ୍ଲୀ: ୨୦୧୯ମସିହା ଆଜିର ଦିନରେ ଭାରତର ଭାଗ୍ୟ ଆକାଶରେ ଘୋଟି ଆସିଥିଲା ଦୁଃଖର କଳାବାଦଲ । ଭାରତମାତା ହରାଇଥିଲା ତା’ର ୪୦ଜଣ ବୀର ଯୋଦ୍ଧାଙ୍କୁ । ସବୁ ଭାରତୀୟଙ୍କ ଛାତିର କୋହ ଓ ଆଖିର ଲୁହରେ ଦେଶର ମେରୁଦଣ୍ଡ ଦୋହଲି ଯାଇଥିଲା । ଚାରିଆଡେ ଶୋକର ଛାୟା ଖେଳିଯାଇଥିଲା । ଆଜିବି ସେଦନି ମନେପଡିଲେ ଲୋମ ଟାଙ୍କୁରୀ ଉଠେ ।
ଆଜି ପୁଲୱାମା ଆକ୍ରମଣକୁ ପୂରିଲା ୩ ବର୍ଷ । ୨୦୧୯ ମସିହା ଫ୍ରେବୃଆରୀ ମାସ ୧୪ ତାରିଖ ପୁଲୱାମା ରାଜପଥରେ ଲମ୍ବା ଲାଇନ୍ ହୋଇ ଆଗକୁ ଚାଲିଥିଲା ସିଆରପିଏଫ ଯବାନ ମାନଙ୍କୁ ନେଇ ୭୮ଟି ସେନା ବସ୍ । ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢେଇ ହଜାରରୁ ଉର୍ଦ୍ଧ ସିଆରପିଏଫ ଯବାନ । ଠିକ ଏତିକି ବେଳେ ଯବାନଙ୍କ ବସକୁ ଧକ୍କା ଦେଇଥିଲା ଆରଡିଏକ୍ସ ବୋଝେଇ କାର୍ ଆଉ ବିରାଟ ବିସ୍ଫୋରଣରେ ନିମିଷକ ମଧ୍ୟରେ ଚାଲିଯାଇଥିଲା ୪୦ ସିଆରପିଏଫ ବୀର ଯବାନଙ୍କ ଅମୂଲ୍ୟ ଜୀବନ । ୪୦ଜଣଙ୍କ ସହିଦଙ୍କ ମଧ୍ୟରେ ଥିଲେ ଓଡିଶା ମାଟିର ଦୁଇ ବୀର ପୁଅ । କଟକ ନିଆଳିର ମନୋଜ ବେହେରା, ଜଗତସିଂହପୁରର ପ୍ରସନ୍ନ ସାହୁ ।
ସେ ଦିନ ମନେ ପଡିଲେ ଆଜି ବି ଥରି ଉଠେ ଛାତି । ସହିଦ୍ ହୋଇଥିବା ବାପା, ଭାଇ, ପୁଅକୁ ହରାଇ ଏବେ ବି ଗୁମୁରି କାନ୍ଦୁଛି ଅନେକ ପରିବାର ।
ଅନ୍ୟପଟେ ସଦିହଙ୍କୁ ସଲାମ ଜଣାଇବା ସହ ତାଙ୍କ ପରିବାର ବର୍ଗଙ୍କ ନିକଟରେ ସର୍ବଦା ଋଣୀ ଓ ଏହି ଦିନକୁ ନା କେବେ ଭୁଲିଛୁ ନା ଭୁଲି ପାରିବୁ ବୋଲି ସିଆରପିଏଫ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
Powered by Froala Editor