ଅପରେସନ୍ ‘ପରିବର୍ତ୍ତନ’ : ରେଡ୍ କାର୍ପେଟ ବିଛାଇ ପୋଲିସ ଜାଳିଲା ୨୦୦ କୋଟି ଟଙ୍କାର ଗଞ୍ଜେଇ

ନିଶା ଦ୍ରବ୍ୟ ରୋକିବାକୁ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଆନ୍ଧ୍ରପ୍ରଦେଶ ପୋଲିସ । ରେଡ କାର୍ପେଟ ବିଛାଇ ଜାଳି ଦିଆଯାଇଛି ୨୦୦ କୋଟି ଟଙ୍କାର ଗଞ୍ଜେଇ । ପୋଲିସ ଟୁଇଟ କରି ଏହାର ସୂଚନା ଦେଇଛି । ଡ୍ରଗ ଡିସ୍ପୋଜାଲ କମିଟି ଓ ଆନ୍ଧ୍ରପ୍ରଦେଶ ପୋଲିସ ମିଶି ଅନକାପଲ୍ଲୀ କୋରୁଦୁରେ ୨ ଲକ୍ଷ କିଲୋ ଗଞ୍ଜେଇ ଜବତ କରି ନଷ୍ଟ କରିଛନ୍ତି। ଏଥି ସହିତ, ଏହି ଘଟଣାକୁ ସ୍ମରଣୀୟ କରିବା ପାଇଁ ଆନ୍ଧ୍ର ପୋଲିସ ଗଞ୍ଜେଇ ଜୁଇରେ ପହଞ୍ଚିବା ପାଇଁ ଏକ ରେଡ କାର୍ପେଟ ବିଛାଇଥିଲା ।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଦୀର୍ଘ ବର୍ଷ ଧରି ନିଶା କାରବାରକୁ ରୋକିବା ପାଇଁ ଆମେ ଏକ ଅଭିଯାନ ଚଳାଇଛୁ। ମାଓବାଦୀମାନେ ରାଜ୍ୟରେ ଗଞ୍ଜେଇ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି। ଏହି ଚାଷ ଓଡିଶାର ୨୩ ଟି ଜିଲ୍ଲା ଏବଂ ଆନ୍ଧ୍ରପ୍ରଦେଶର ୧୧ଟି ଜିଲ୍ଲାରେ କରାଯାଉଛି। ସେ କହିଛନ୍ତି ଯେ ଏହି ଅଭିଯାନର ନାମ ଅପରେସନ୍ ‘ପରିବର୍ତ୍ତନ’ ରଖାଯାଇଛି। ଅପରେସନ ପରିବର୍ତ୍ତନ ଆଧାରରେ ବର୍ତ୍ତମାନ ସୁଦ୍ଧା ୯,୨୫୧ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଏହା ଅଧୀନରେ ୪୦୬ଟି ସ୍ୱତନ୍ତ୍ର ପୋଲିସ ଟିମ୍ ୧୧ଟି ବିଭାଗର ୩୧୩ଟି ଗାଁରେ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି ଓ ଏପର୍ଯ୍ୟନ୍ତ ୧୫୦୦ ଲୋକଙ୍କୁ ଗିରଫ କରାଯାଇଛି।
Powered by Froala Editor