କୂଅ ଭିତରୁ ଉଦ୍ଧାର ହେଲା ଛୁଆ ହାତୀ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଏମ୍ ରାମପୁର ସ୍ଥିତ ନର୍ଲା ରେଞ୍ଜ ରେ ଦିନ କୁ ଦିନ ହାତୀ ମୃତୁ୍ୟ ଘଟଣା ବଢ଼ିବାରେ ଲାଗିଛି । ଆଜି ପୁଣି ରେଞ୍ଜ ନିକଟସ୍ଥ ଡଙ୍ଗର ତଲପଡା ବାବେନାଲ ର ଏକ କୂଅରେ ଏକ ଛୁଆହାତୀ ପଡି ଥିବାର ଦେଖି ବାକୁ ମିଳିଛି ।
ସେପଟେ ଖବର ପାଇବାପରେ ନର୍ଲା ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଂଚି ଜେସିପି ସାହାଯ୍ୟରେ ହାତୀ ଛୁଆ କୁ ଉଦ୍ଧାର କରାଯାଇଛି । ତେବେ ହାତୀର ବୟସ ପାଖାପାଖି ୩ ରୁ ୪ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor