ଗାଡ଼ିରେ ଟଙ୍କା ରଖି ଯାଇଥିଲେ ଦାଢ଼ି କାଟିବାକୁ, ଲୁଟିନେଲେ ଚୋର

ଗାବର କନଷ୍ଟ୍ରକସନର ମ୍ୟାନେଜର ଓମ୍ ପ୍ରକାଶ ଲୁଟ୍ର ଶିକାର ହୋଇଛନ୍ତି । ସେ ଦାଢି କାଟିବାକୁ ଯାଇଥିବାବେଳେ ଲୁଟେରାମାନେ ତାଙ୍କ ଠାରୁ ୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ବିହାରର ଗୟା ରୋଡରେ ଥିବା ସୀମା ଟକିଜ୍ ନିକଟରେ ଏହି ଘଟଣା ଘଟିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି |
ମିଳିଥିବା ସୂଚନା ମୁତାବକ, ରାଜୁଲି-ବଖତିଆରପୁର ଚାରି ଲେନ ନିର୍ମାଣ କରୁଥିବା ଗାବର କନଷ୍ଟ୍ରକସନ କମ୍ପାନୀର ଆଡମିନିଷ୍ଟ୍ରେଟର ତଥା ମ୍ୟାନେଜର ମନଦୀପ ସିଂ ଏବଂ ଗୁରୁଦୀପ ସିଂ ଏଚଡିଏଫସି ବ୍ୟାଙ୍କରୁ ପାଞ୍ଚ ଲକ୍ଷ ଟଙ୍କା ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପାଞ୍ଚ ଲକ୍ଷ ଟଙ୍କା ଉଠାଇ ମ୍ୟାନେଜର ଓମ୍ ପ୍ରକାଶଙ୍କୁ ଦେଇଥିଲେ। ସେ ଏକ ଲକ୍ଷ ଟଙ୍କା ବାହାର କରି ତାଙ୍କ ପାଖରେ ରଖିଥିଲେ ଏବଂ ବାକି ନଅ ଲକ୍ଷ ଟଙ୍କାକୁ କାରର ସିଟରେ ରଖିଥିଲେ। ଏହା ପରେ ମ୍ୟାନେଜର ଓମ ପ୍ରକାଶ ସୀମା ଟକିଜ୍ ନିକଟରେ କାର ରଖି ଦାଢ଼ି କାଟିବାକୁ ସେଲୁନ୍କୁ ଯାଇଥିଲେ।
ସେ ପ୍ରାୟ ୨୦-୨୫ ମିନିଟ୍ ପରେ ସେଲୁନରୁ ବାହାରକୁ ଆସିଥିଲେ, ସେତେବେଳେ କାରର ଡାହାଣ ପାର୍ଶ୍ୱ ଗ୍ଲାସ ଭଙ୍ଗାଯାଇଥିଲା ଏବଂ ଭିତରେ ରଖାଯାଇଥିବା ନଅ ଲକ୍ଷ ଟଙ୍କା ଗାୟବ ଥିଲା ।
Powered by Froala Editor