ଆଜି ଆଇପିଏଲ ମହାନିଲାମୀ, କେେଉଁ ଖେଳାଳୀଙ୍କୁ କିଣିଲେ କିଏ ଜାଣନ୍ତୁ

ମୁମ୍ବାଇ: ଆଇପିଏଲ ପାଇଁ ଆରମ୍ଭ ହୋଇଛି ଖେଳାଳୀ ନିଲାମ । ଆଇପିଏଲ ମହାନିଲାମୀରେ ମୋଟ ୬୦୦ ଜଣ ଖେଳାଳୀ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଆଉ ଏମାନଙ୍କୁ କିଣିବାକୁ ମୋଟ ୫୬୧.୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ଫ୍ରାଞ୍ଚାଇଜ । ଏହାପୂର୍ବରୁ ରିଟେନ ପ୍ରକ୍ରିୟା ଶେଷ ହୋଇଥିଲା । ଆଉ ମୋଟ ୧୦ଟି ଟିମ୍ ୩୩ ଖେଳାଳୀଙ୍କୁ ରିଟେନ ଓ ଡ୍ରାଫ୍ଟ ଜରିଆରେ ଦଳରେ ସାମିଲ କରିଛନ୍ତି । ଆଉ ଏଥିପାଇଁ ୩୩୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଫ୍ରାଞ୍ଚାଇଜ । ରିଟେନ ଓ ଡ୍ରାଫ୍ଟ ପରେ କେ.ଏଲ ରାହୁଲ ହିଁ ସବୁଠୁ ଦାମୀ ଖେଳାଳୀ ହୋଇଛନ୍ତି । ଲକ୍ଷ୍ନୌ ସୁପର ଜାଏଣ୍ଟସ କେ.ଏଲ ରାହୁଲଙ୍କୁ ୧୭ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ମହାନିଲାମୀ ଅନୁଯାୟୀ କୌଣସି ନିଲାମୀରେ ସର୍ବନିମ୍ନ ୬୭ କୋଟି ଓ ସର୍ବାଧିକ ୯୦ କୋଟି ଟଙ୍କା ଖର୍ଚ୍ଚ କରିପାରିବେ ।
ଶିଖର ଧାୱନଙ୍କୁ କିଙ୍ଗ୍ସ ୧୧ପଞ୍ଜାବ ୮କୋଟି ୨୫ଲକ୍ଷ ଟଙ୍କାରେ ନେଇଥିବାବେଳେ ଅଶ୍ୱିନ୍ଙ୍କୁ ୫କୋଟିରେ ନେଲା ରାଜସ୍ଥାନ ରୟାଲସ୍ । ସେହିପରି ପ୍ୟାଟ୍ କମିନ୍ସଙ୍କୁ ୭କୋଟି ୨୫ଲକ୍ଷରେନେଇଛି କୋଲକାତା ନାଇଟ୍ ରାଇଡର୍ସ । କାଗେିସୋ ରବାଦାଙ୍କୁ ୯କୋଟି ୨୫ଲକ୍ଷରେ ନେଇଛି କିଙ୍ଗ୍ସ ୧୧ପଞ୍ଜାବ । ୮କୋଟିରେ ଟ୍ରେଣ୍ଡ ବୋଲ୍ଡଙ୍କୁ ନେଲା ରାଜସ୍ଥାନ ରୟାଲସ୍ । ଏହାସହିତ ଶ୍ରେୟସ୍ ଆୟର ଠାକୁରଙ୍କୁ ୧୨.୨୫କୋଟରେ ନେଇଛି କୋଲକାତା ନାଇଟ୍ ରାଇଡର୍ସ ।
Powered by Froala Editor