ଯୁବକଙ୍କ ଉପରେ ଚାଲିଗଲା ଟ୍ରେନ୍, ତଥାପି ବଞ୍ଚିଗଲେ

ଜଣେ ଯୁବକଙ୍କ ଉପରେ ଚାଲିଗଲା ବିଶାଳ ଲୌହ ଦାନବ । ହେଲେ ଯୁବକଙ୍କ କିଛି ହେଲାନି । ଭଗବାନଙ୍କ କୃପାରୁ ସେ ବର୍ତ୍ତିଗଲେ । ଏ ଘଟଣା ରାଜସ୍ଥାନର ସୱାଇ ମାଧୋପୁରରେ ଘଟିଥିବାବେଳେ ଦୃଶ୍ୟ ଦେଖି ଲୋକଙ୍କ ଛାତି ଥରିଯାଇଥିଲା । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ରେଳ ଧାରଣାରେ ପଡ଼ିଥିବା ଯୁବକଙ୍କର ନାମ ଦଳଚନ୍ଦ ମହାୱର, ଯାହାଙ୍କ ବୟସ ୨୭ ବର୍ଷ ଓ ସେ ଗଙ୍ଗାପୁର ସହରର ନାସିୟା କଲୋନିର ବାସିନ୍ଦା ବୋଲି ଜଣାପଡ଼ିଛି। ସେ ପ୍ରତିଦିନ ମଦ୍ୟପାନ କରିଥାଆନ୍ତି। ସେଦିନ ବି ମଦ୍ୟପାନ କରି ରେଳଧାରଣା ଅତିକ୍ରମ କରୁଥିବା ବେଳେ ପଡ଼ି ଯାଇଥିଲେ। ଆଉ ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ସେ ଅଚେତ ହୋଇପଡ଼ିଥିଲେ। ଏତିକି ବେଳେ ତାଙ୍କ ଉପର ଦେଇ ଏକ ମାଲବାହୀ ଟ୍ରେନ ଚାଲି ଯାଇଥିଲା। ସୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚି ଯାଇଥିବା ବେଳେ ଶରୀରରେ କୌଣସି ଆଘାତ ବି ଲାଗି ନଥିଲା। ଏହି ଘଟଣାପରେ ସ୍ଥାନୀୟଲୋକ ଦଳଚନ୍ଦଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍ପିଟାଲ ନେଇ ଯାଇଥିଲେ।
Powered by Froala Editor