ମାଜିଷ୍ଟ୍ରେଟ୍ଙ୍କୁ ନିର୍ଧୁମ ପିଟିଲେ ଲୋକେ: ପୋଲିସ ଦେଖିଲା, ଅନ୍ୟ କର୍ମଚାରୀ ଦୌଡ଼ି ପଳାଇଲେ

ଜବରଦଖଲ ଉଚ୍ଛେଦ ପାଇଁ ପୋଲିସ ଫୋର୍ସ ସହ ଆସିଥିବା ମାଜିଷ୍ଟ୍ରେଟଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ଧୁମ ପିଟିଛନ୍ତି ଲୋକମାନେ । ଏପରି ଏକ ଅଭାବନୀୟ ଘଟଣା ବିହାରର ପାଟଣା ନଗର ନିଗମ ଅଧୀନ ଖାଜେକଲା ଥାନା ଅଧୀନରେ ଘଟିଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ସବୁ ଘଟଣା ପୋଲିସ ଉପସ୍ଥିତିରେ ଘଟୁଥିଲେ ବି ନାଚାର ପୋଲିସ୍ କର୍ମଚାରୀ ଦେଖଣାହାରୀ ସାଜିଥିଲେ । ନଗରନିଗମର ଅନ୍ୟ କର୍ମଚାରୀ ତାଙ୍କୁ ଉଦ୍ଧାର କରିବା ବଦଳରେ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ । ଏବେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚଲାଇଛି ।
ସୂଚନାଯୋଗ୍ୟ ମ୍ୟୁନିସିପାଲିଟିର ୬୦ ନମ୍ବର ଓ୍ବାର୍ଡରେ ଏକ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି । ହେଲେ ଜବରଦଖଲ କାରଣରୁ ଏହି ପ୍ରକଳ୍ପ ପ୍ରାୟ ବର୍ଷେ ହେବ ବନ୍ଦ ରହିଛି । ଯାହାକୁ ନେଇ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଏହାକୁ ନେଇ ଅଭିଯୋଗ ହୋଇଥିଲା । ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜବରଦଖଲ ହଟାଇବାକୁ ମାଜିଷ୍ଟ୍ରେଟ୍ ସେଠାରେ ପହଞ୍ଚିଥିଲେ । କିନ୍ତୁ ହଠାତ୍ ଗତକାଲି ମାଜିଷ୍ଟ୍ରେଟଙ୍କ ସମେତ ପୁଲିସ୍କୁ ଦେଖି ସ୍ଥାନୀୟ ଲୋକେ ଏହାକୁ ସହଜେ ଗ୍ରହଣ କରିପାରି ନ ଥିଲେ। ଏହାପରେ ସେମାନେ ମାଜିଷ୍ଟ୍ରେଟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।
Powered by Froala Editor