ଆଜି ରାଜ୍ୟରେ ୨୦ମୁଣ୍ଡ ନେଲା କରୋନା
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କାରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଦ୍ରୁତ ସଂକ୍ରମଣ ହେତୁ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି । ଗୋଟିଏ ପଟେ କରୋନାର ଦୈନିକ ସଂକ୍ରମଣ ହାର କମିବାରେ ଲାଗିଛି, ଅନ୍ୟପଟେ କରୋନା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୧ହଜାର ୫୭୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଆଉ ୨୦ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।
ଅଡିଟ୍ ପ୍ରୋସେସରେ ଆଉ ୨୦ଜଣଙ୍କ ମୃତୁ୍ୟ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ସର୍ବାଧିକ ୪ଜଣ ରହିଛନ୍ତି । ସେହିପରି ଖୋର୍ଦ୍ଧା, ବାଲେଶ୍ୱର ଓ କେନ୍ଦ୍ରାପଡାରୁ ୩ଲେଖାଏଁ, ମୟୂରଭଞ୍ଜରୁ ୨, ନବରଙ୍ଗପୁର ଓ କେନ୍ଦୁଝରରୁ ଜଣେ ଲେଖାଏଁ କରୋନା ଆକ୍ରନ୍ତଙ୍କ ମୃତୁ୍ୟ ଘଟିଥିବା ସୂଚନା ମିଳିଛି । ଏହା ସହିତ ଜଗତସିଂହପୁର, କଟକ ଓ ଭଦ୍ରକରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮ହଜାର ୮୩୮କୁ ବୃଦ୍ଧି ପାଇଛି ।
ଏହା ସହିତ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୩ହଜାର ୨୭୯ । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥକଙ୍କ ସଂଖ୍ୟା ୧୨ଲକ୍ଷ ୫୧ହଜାର ୪୩୧ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ରହିଛି ୧୪ହଜାର ୨୫୩ ।
Powered by Froala Editor