ଓୟୁଏଟି ଷ୍ଟାଫ କ୍ୱାର୍ଟରରୁ ମହିଳା ପ୍ରଫେସରଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ଝୁଲନ୍ତା ଅବସ୍ଥାରେ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ହୋଇଛି । କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସର ଛାନଭିନ ଲାଗିରହିଛି । ସୁଚନାଥାଉକି, ଓୟୁଏଟି ଷ୍ଟାଫ କ୍ୱାର୍ଟରରୁ ମହିଳା ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ବ୍ୟବଛେଦ ପାଇଁ ପଠାଇଛି। ବାସନ୍ତୀଙ୍କ ଏକ ଶିଶୁ ପୁତ୍ର ଥିବାବେଳେ କେଉଁ ପରିସ୍ଥିତିରେ ସେ ଏପରି ଚରମ ପଦକ୍ଷେପ ନେଲେ ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରହିଛି।
Powered by Froala Editor