୧୪ରୁ ଖୋଲିବନି ପ୍ରଥମରୁ ସପ୍ତମ ଶ୍ରେଣୀ, କିନ୍ତୁ ସ୍କୁଲ ଆସିବେ ଶିକ୍ଷକ ଏବଂ କର୍ମଚାରୀ
ଆସନ୍ତା ୧୪ରୁ ଖୋଲିବନି ପ୍ରଥମରୁ ସପ୍ତମ ଶ୍ରେଣୀ ବିଦ୍ୟାଳୟ । କିନ୍ତୁ ୧୪ ତାରିଖରୁ ଶିକ୍ଷକ ଏବଂ କର୍ମଚାରୀ ସ୍କୁଲ ଆସିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ଫେବ୍ରୁଆରୀ ୨୮ ତାରିଖରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବ । ୨ ବର୍ଷ ହେଲା କୋଭିଡ୍ ପାଇଁ ବିଦ୍ୟାଳୟ ବନ୍ଦ ଥିବାରୁ ଆବର୍ଜନା ସଫା ପାଇଁ ସମୟ ଲାଗୁଛି । ତା’ଛଡ଼ା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭାଗ ଏଭଳି ନିଷ୍ପତ୍ତି ନେଇଛି । ଏନେଇ ବିଭାଗୀୟ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ସ୍କୁଲ ଖୋଲିବା ନେଇ ତତ୍ପରତା ପ୍ରକାଶ କରିଥିଲେ ରାଜ୍ୟ ସରକାର । ଫେବୃଆରୀ ୭ ତାରିଖରୁ ଅଷ୍ଟମରୁ ୧୦ମ ଏବଂ ଫେବୃଆରୀ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ପ୍ରଥମେ ଘୋଷଣା ହୋଇଥିଲା । ତେବେ ଅଷ୍ଟମରୁ ୧୦ମ ଶ୍ରେଣୀ ସ୍କୁଲ ଧାର୍ଯ୍ୟ ତାରିଖରେ ଖୋଲିଥିବା ବେଳେ ଏବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସିବା ତାରିଖକୁ ପରିବର୍ତ୍ତନ କରାଯାଇଛି । ୧୪ରୁ ସ୍କୁଲ ଖୋଲିବ କିନ୍ତୁ କେବଳ ଶିକ୍ଷକ ଏବଂ କର୍ମଚାରୀ ଆସିବେ । ଛାତ୍ରଛାତ୍ରୀମାନେ ଫେବୃଆରୀ ୨୮ ତାରିଖରୁ ପାଠ ପଢା ଆରମ୍ଭ ହେବ ।
ଏବେ ଅନୁଷ୍ଠିତ ହେଉଥିବା ପଞ୍ଚାୟତ ନିର୍ବାଚନରେ ଅଧିକାଂଶ ଶିକ୍ଷକ ଓ ଅନ୍ୟ କର୍ମଚାରୀ ନିୟୋଜିତ ହେଉଛନ୍ତି । ନିର୍ବାଚନ ପ୍ରକ୍ରିୟା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଅଧିକାଂଶ ବିଦ୍ୟାଳୟରେ ମତଦାନ କେନ୍ଦ୍ର ହେଉଛି । ଏସବୁକୁ ନଜରରେ ରଖି ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇ ଆସନ୍ତା ୨୮ରୁ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପାଠପଢ଼ା ହେବ ।
Powered by Froala Editor