ଅଫଲାଇନରେ ପରୀକ୍ଷା ହେବ
ଗତ ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ସ୍କୁଲ ଖୋଲି ସାରିଛି । ସେହିପରି ୧୪ ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ । ଏହାପୂର୍ବରୁ କେମିତି ପରୀକ୍ଷା ହେବ ତା ଉପରେ ବଡ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମନ୍ତ୍ରୀ କହିଛନ୍ତି ଅଫଲାଇନରେ ପରୀକ୍ଷା ହେବା ପାଇଁ ନିଷ୍ପତ୍ତି ନିଆସରିଛି ଏବଂ କୋର୍ସ ସରିବା ପରେ ହିଁ ଅଫଲାଇନରେ ପରୀକ୍ଷା ହେବ । ଯେଉଁ ସମୟରେ ପରୀକ୍ଷା ହବା କଥା, ସେହି ସମୟରେ ହେବ । ତେଣୁ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ରହୁନ୍ତୁ ।
ସୂଚନାଯୋଗ୍ୟ, ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ । କୋଭିଡ ଯୋଗୁଁ ଅନେକ ସମୟରେ କ୍ଲାସ ବନ୍ଦ ରହିବା ଏବେ ଠିକ୍ ଭାବରେ ପାଠପଢ଼ା ହୋଇନଥିବା ଅଭିଯୋଗ କରି ଛାତ୍ରଛାତ୍ରୀମାନେ ଅଭିଯୋଗ କରିବା ସହ ପରୀକ୍ଷା ବାତିଲ କରିବାକୁ ଦାବି କରି ରାଜରାସ୍ତାରେ ପ୍ରତିବାଦ କରିଛନ୍ତି ।
Powered by Froala Editor