ବଢିବରେ ଲାଗିଛି ମାଓବାଦୀଙ୍କ ବର୍ବର କାଣ୍ଡ, ପୁଣି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ
ଫୁଲବାଣୀ: ନିର୍ବାଚନ ଯେତେ ପାଖେଇ ଆସୁଛି, ମାଓବାଦୀଙ୍କ ବର୍ବର କାଣ୍ଡ ସେତେ ବଢିବରେ ଲାଗିଛି । ଏଥିପାଇଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ଆଜି ଫିରିଙ୍ଗିଆ ଥାନା ସାଡିଙ୍ଗିଆ କିଆମୁଣ୍ଡା ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣେ ଯୁବଙ୍କ ପ୍ରାଣ ଯାଇଛି । ଉକ୍ତ ଯୁବକ ଜଣଙ୍କ କିଆମୁଣ୍ଡା ଗାଁ’ର ଓ ତାଙ୍କ ନାମ ପ୍ରିୟ ରଞ୍ଜନ କଅଁର ବୋଲି ଜଣାପଡିଛି ।
ବିସ୍ଫୋରଣ ସ୍ଥଳ ନିକଟରେ ଗତକାଲି ମାଓବାଦୀ ପୋଷ୍ଟର ମାରିଥିଲେ । ପୋଷ୍ଟର ମାରିବା ସହ ରାସ୍ତା ନିର୍ମାଣକୁ ବିରୋଧ କରି ଠିକାଦରଙ୍କ ଦୁଇଟି ଜେସିବି ଜାଳି ଦେଇଥିଲେ ଓ ସେଠରେ ମାଓ ପୋଷ୍ଟର ଲଗାଇଥିଲେ ।
ମାଓ ପୋଷ୍ଟରରେ ଭୋଟ ବର୍ଜନ କରିବାକୁ ଧମକ ଦିଆଯିବା ସହ ପୋଷ୍ଟରରେ ଗାଁ’ରେ ଦେଶୀ ମଦ ଭାଟି ବନ୍ଦ, ସିଆରପିଏଫ କ୍ୟାମ୍ପ ଉଠାଇବା, ମାଓବାଦୀ ନାମରେ ଦାଦା ବଟି ମାଗୁଥିବା ଲୋକଙ୍କୁ ଗିରଫ କରିବା ଆଦି ପୋଷ୍ଟରରେ ଉଲ୍ଲେଖ ରହିଥିଲା । ଭାରତୀୟ କମୁ୍ୟନିଷ୍ଟ ପାର୍ଟି ମାଓବାଦୀ ମଧ୍ୟ ତଳେ ଉଲ୍ଲେଖ ରହିଥିଲା ।
Powered by Froala Editor