ଡେଥ ସାର୍ଟିଫିକେଟ ପାଇଁ ଲମ୍ବା ଧାଡ଼ି

ସୁରଟ: ପୂର୍ବରୁ ଅକ୍ସିଜେନ, ଇଞ୍ଜେକ୍ସନ, ଟେଷ୍ଟିଂ, ଶବ ସଂସ୍କାର ପାଇଁ ଲୋକମାନେ ଲମ୍ବା ଧାଡ଼ିରେ ଠିଆ ହେଉଥିବା ଦେଖିବାକୁ ମିଳୁଥିଲା । ଏବେ ଦେଶର ବିଭିନ୍ନ ଭାଗରେ ଡେଥ ସାର୍ଟିଫିକେଟ ପାଇଁ ଲୋକମାନେ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି । ଗୁଜରାଟରେ ସୁରଟରେ ଲଗାତର ସପ୍ତାହେ ହେବ ଡେଥ ସାର୍ଟିଫିକେଟ ନେବାକୁ ପ୍ରତିଦିନ ୩୦୦ ରୁ ୪୦୦ ଲୋକ ଆବେଦନ କରୁଛନ୍ତି । ଏଥିପାଇଁ ମୃତକଙ୍କ ପରିଜନଙ୍କୁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ୁଛି । ସରକାରୀ ରିପୋର୍ଟ ମୁତାବକ, ସୁରଟରେ ଦୈନିକ ୨୫ ରୁ ୨୮ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଉଛି । କିନ୍ତୁ ଦୈନିକ ଏତେ ସଂଖ୍ୟକ ଲୋକ ଡେଥ ସାର୍ଟିଫିକେଟ ପାଇଁ ଆବେଦନ କରୁଥିବାରୁ ସରକାର କରୋନା ଜନିତ ପ୍ରକୃତ ମୃତୁ୍ୟ ସଂଖ୍ୟା ସମ୍ପର୍କିତ ତଥ୍ୟ ଲୁଚାଉଥିବା ଜଣାପଡ଼ିଛି ।
Powered by Froala Editor