ଲତା ମଙ୍ଗେସକରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ,ଲତା ମଙ୍ଗେସକରଙ୍କ ପରଲେକ କଥା ଜାଣି ମୁଁ ଦୁଃଖିତ । ସେ ସାର ଦେଶର ସୁର ସମ୍ରାଜ୍ଞୀ ଥିଲେ । ତାଙ୍କ ପରଲୋକ ଯୋଗୁ ସଂଗୀତ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ସେ ସବୁଦିନ ପାଇଁ ଗୀତ ମାଧ୍ୟମରେ ଅମର ରହିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଲତା ମଙ୍ଗେସକର । ଭାରତର ସ୍ୱର । ରବିବାର ଥମି ଯାଇଛି ସେଇ ସ୍ୱର । ୯୩ ବର୍ଷ ବୟସରେ ଦୁନିଆରୁ ମେଲାଣି ନେଇଛନ୍ତି ସ୍ୱର ସମ୍ରାଜ୍ଞୀ । ଆଠ ଦଶକରେ ୨୫ ହଜାର ଗୀତ ଗାଇ ତିନି ପିଢୀଙ୍କୁ ସ୍ୱରରେ ମତୁଆଲା କରିଛନ୍ତି । ଶେଷରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଅନେକ ଦିନ ଚିକିତ୍ସାଧିନ ରହିବା ପରେ ଶନିବାର ଲତାଙ୍କର ଦେହାନ୍ତ ହୋଇଯାଇଛି । ପୁରା ଦେଶ ତାଙ୍କୁ ଦେଉଛି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳୀ ।
Powered by Froala Editor