ପୁଣି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର: ପୁଣି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସୀମା ବିବାଦ ପାଇଁ ସ୍ୱତନ୍ତ୍ର କମିଟି ଗଠନ ଦାବି ଜୋର ହେବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।
ସୀମା ବିବାଦ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ଆଜି ବିଧାନସଭାରେ ବିରୋଧ ଦଳର ସଭ୍ୟମାନେ ଦାବି କରିଥିଲେ । ଏନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର କମିଟି ଗଠନ ପାଇଁ ବିରୋଧୀ ରୁଲିଂ ଦାବି କରିଥିଲେ । ଏହି କମିଟି ଗଠନ ଦାବି କରି କଂଗ୍ରେସ ସଦସ୍ୟମାନେ ଗୃହରେ ହୋହାଲ୍ଲା କରିଥିଲେ । କଂଗ୍ରେସର ହୋହାଲ୍ଲା ପରେ ବାଚସ୍ପତି ଶ୍ରୀ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି ।
ଅନ୍ୟପକ୍ଷରେ ସୀମା ବିବାଦ ପାଇଁ ସ୍ୱତନ୍ତ୍ର କମିଟିର ଆବଶ୍ୟକତା ନାହିଁ ବୋଲି ସରକାରୀ ଦଳର ମୁଖ୍ୟ ସଚେତକ କହିଛନ୍ତ । ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ପାଇଁ କମିଟି ଥିବାରୁ ସ୍ୱତନ୍ତ୍ର କମିଟିର ଆବଶ୍ୟକତା ନାହିଁ ବୋଲି ସରକାରୀ ଦଳର ମୁଖ୍ୟ ସଚେତକ କହିଛନ୍ତି ।