ଗାନ୍ଧୀଧାମ ପୁରୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ
ମହାରାଷ୍ଟ୍ର: ଗାନ୍ଧୀଧାମ ପୁରୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗାଡି ନମ୍ବର ୧୨୯୯୩ ଗାନ୍ଧୀଧାମ ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମହାରାଷ୍ଟ୍ରର ନନ୍ଦୁରବର ଷ୍ଟେସନକୁ ପଶୁଥିବାବେଳେ ନିଆଁ ଲାଗିଯାଇଥିଲା । ଏକ୍ସପ୍ରେସ ଟ୍ରେନର ପ୍ୟାଣ୍ଟ୍ରି କାରରେ ନିଆଁ ଲାଗିଥିଲା । ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲିଭିବାପରେ ପ୍ୟାଣ୍ଟ୍ରି କାରକୁ ଟ୍ରେନରୁ ଅଲଗା କରାଯାଇଛି । ଟ୍ରେନରେ ଅଗ୍ନିକାଣ୍ଡ ନେଇ ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Powered by Froala Editor