୩ମହାନଗର ମେୟର ପଦବୀ ପାଇଁ ଚୂଡାନ୍ତ ତାଲିକା

ଭୁବନେଶ୍ୱର: ଆରମ୍ଭ ହୋଇଛି ପୌର ନିର୍ବାଚନ ପ୍ରକ୍ରିୟା । ସୀମା ନିର୍ଦ୍ଧାରଣ ଶେଷ ହୋଇଛି । ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମେୟର ପଦବୀ ପାଇଁ ସଂରକ୍ଷଣ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭୁବନେଶ୍ୱର, ବ୍ରହ୍ମପୁରରେ ମେୟର ପଦବୀ ପାଇଁ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି କଟକ ମେୟର ପଦବୀ ଅଣସଂରକ୍ଷିତ ରହିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନା ଅନୁସାରେ ବ୍ରହ୍ମପୁରରେ ୪୨ଟି ପଦବୀରୁ ୨୩ଟି, କଟକରେ ୫୯ଟି ପଦବୀରୁ ୩୩ଟି ଓ ଭୁବନେଶ୍ୱରରେ ୬୭ରୁ ୩୮ପଦବୀ ସଂଗୃହୀତ ନେଇ ତାଲିକା ପ୍ରକାଶ ପାଇଛି ।
Powered by Froala Editor