ଆଜି କୋଭିଡ ପରିସ୍ଥିତି ନେଇ ସମୀକ୍ଷା ବୈଠକ

ଭୁବନେଶ୍ୱର: ଆଜି କୋଭିଡ ପରିସ୍ଥିତିକୁ ନେଇ ଦକ୍ଷିଣ ରାଜ୍ୟ ତଥା କେନ୍ଦ୍ରଶାସିିତ ଅଂଚଳ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ସମୀକ୍ଷା ବୈଠକ କରିବେ। ଅପରାହ୍ନ ୨ଟା ୩୦ ସମୟରେ ଏହି ବୈଠକ ବସିବ। ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ତେଲେଙ୍ଗାନା, ଲାକ୍ଷାଦୀପ, ତାମିଲନାଡୁ, ପୁଡୁଚେରୀ ଓ ଆଣ୍ଡାମାନ ଓ ନିକୋବର ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେବେ । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରରମାନେ ମଧ୍ୟ ଉପସ୍ଥିତ ରହିବେ ।
ରାଜ୍ୟଗୁଡିକ ଦ୍ୱାରା ଗ୍ରହଣ କରାଯାଉଥିବା ପ୍ରସ୍ତୁତି ଏବଂ ପଦକ୍ଷପ ଉପରେ ଆଲୋଚନା କରିବାର ସମ୍ଭାପନା ରହିଛି । ଏହାପୂର୍ବରୁ ଗତ ଜାନୁୟାରୀ ୨୫ରେ ୯ରାଜ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ଏକ ବୈଠକ କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ସେହି ବୈଠକରେ କୋଭିଡ୍ ପରୀକ୍ଷା ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ ।
Powered by Froala Editor