ଲଞ୍ଚ ହେଲା ଡିଜିଟାଲ ସଂସଦ ଆପ, ଲୋକଙ୍କ ନିକଟରେ ପହଞ୍ଚାଇବ ସଂସଦର କାର୍ୟ୍ୟ
ନୂଆଦିଲ୍ଲୀ: ସଂସଦର କାର୍ୟ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଏହି ଅଭିଯାନ ଅଧୀନରେ ସଂସଦର ଲାଇଭ କାର୍ୟ୍ୟକ୍ରମ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଲଞ୍ଚ ହୋଇଛି ଡିଜିଟାଲ ସଂସଦ ଆପ । ଏଣିକି ମୋବାଇଲରେ ସହଜରେ ସଂସଦର କାର୍ୟ୍ୟ ଦେଖିପାରିବେ ସାଧାରଣ ଲୋକେ । ଏହି ଆପଟିକୁ ଡାଉନଲୋଡ କରିବା ପରେ ସଂସଦର ଲାଇଭ କାର୍ୟ୍ୟ ଦେଖିପାରିବେ ।
ଏହା ବ୍ୟତୀତ, ଏହି ଆପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଫିଚରମଧ୍ୟ ରହିଛି । ଯାହାକୁ ଲୋକମାନେ ଉପଯୋଗ କରିପାରିବେ । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗଣତନ୍ତ୍ରର ୭୩ ତମ ବର୍ଷରେ ଆମର ସଂସଦୀୟ ବ୍ୟବସ୍ଥା କ୍ରମାଗତ ଭାବରେ ଉନ୍ନତି କରିଛି। ନାଗରିକମାନଙ୍କୁ ସଂସଦ ସହିତ ଯୋଡିବା ପାଇଁ ଅନେକ ପଦକ୍ଷପ ଗ୍ରହଣ କରାଯାଇଛି ।ଟିଭିରେ ଗୃହର ଲାଇଭ ଟେଲିକାଷ୍ଟ ଠାରୁ ଆରମ୍ଭ କରି ଆଜି 'ଡିଜିଟାଲ୍ ସଂସଦ' ଆପ୍ ଏହି ଦିଗରେ ଏକ ଦୃଢ ପଦକ୍ଷେପ । 'ଡିଜିଟାଲ୍ ସଂସଦ' ଆପରେ ପ୍ରତିଦିନ ସଂସଦର ଉଭୟ ଗୃହର ପ୍ରକ୍ରିୟାର ସିଧାପ୍ରସାରଣ କରାଯିବ । ୧୯୪୭ ରୁ ବର୍ତ୍ତମାନ ପର୍ୟ୍ୟନ୍ତ ବଜେଟ୍ ଉପରେ ଆଲୋଚନା ମଧ୍ୟ ଉପଲବ୍ଧ ହେବ । ଏହି ଆପ୍ ଡାଉନଲୋଡ୍ କରିବା ପରେ ୨୦୨୨ ବଜେଟ ଉପସ୍ଥାପନର ଲାଇଭ ମଧ୍ୟ ଦେଖିପାରିବେ ।
Powered by Froala Editor