ଆଜି ଦେଶରେ କରୋନା ନେଲା ୬୬୫ମୁଣ୍ଡ
ନୂଆଦିଲ୍ଲୀ: ଦେଶରେ ଧୀରେଧୀରେ କମୁଛି କରୋନାର ଦୈନିକ ସଂକ୍ରମଣ ହାର । ଏହାସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଆଜି ଦେଶରେ ୨ଲକ୍ଷ ୮୫ହଜାର ୯୧୪କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୬୫ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ଲକ୍ଷ ୯୧ହଜାର ୧୨୭କୁ ବୃଦ୍ଧି ପାଇଛି ।
ଏବେ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲା ୨୨ଲକ୍ଷ ପାର୍ କରିଛି । ଆଜି ଦେଶରେ କରୋନା ଜନିତ ସକ୍ରିୟ ମାମଲା ରହିଛି ୨୨ଲକ୍ଷ ୨୩ହଜାରରେ ୧୮ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରୁ ସୁସ୍ଥ ହେଲେଣି ୩କୋଟି ୭୩ଲକ୍ଷ ୭୦ହଜାର ୭୯୧ଜଣ । ଅନ୍ୟପଟେ କରୋନାର ମୁକାବିଲା ପାଇଁ ଦେଶରେ ଏବେ ବି ଟିକାକରଣ ଜୋରଦାର ଚାଲିଛି । ଦେଶରେ ୧୬୩କୋଟି ୫୮ଲକ୍ଷ ୪୪ହଜାର ୫୩୬ ଜଣଙ୍କୁ ଟିକାଦାନ କରାଯାଇଛି ।
Powered by Froala Editor