ଦେଶରେ ୪ କୋଟି ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଦେଶରେ କିଛି ଦିନ ତଳେ ହୁ ହୁ ହୋଇ ବଢୁଥିଲା କରୋନା ସଂକ୍ରମଣ । ବର୍ତ୍ତମାନ କରୋନାର ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୨ଲକ୍ଷ ୮୫ହଜାର ୯୧୪ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୪କୋଟି ୮୫ହଜାର ୧୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭ୍ ହାର ୧୬.୧୬ ପ୍ରତିଶତକୁ ବୃଦ୍ଧି ପାଇଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୨୨ଲକ୍ଷ ପାର୍ କରିଛି । ଦେଶରେ ସକ୍ରିୟ ମାମଲା ରହିଛି ୨୨ଲକ୍ଷ ୨୩ହଜାର ୧୮ରେ ପହଞ୍ଚିଛି । ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୯୯ହଜାର ୭୫ଜଣ । ଏବେ ସୁଦ୍ଧା ମୋଟ ୩କୋଟି ୭୩ଲକ୍ଷ ୭୦ହଜାର ୭୯୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ସହିତ ଟିକାକରଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ବେଗରେ ଚାଲିଛି । ଦେଶରେ ୧୬୩କୋଟି ୫୮ଲକ୍ଷ ୪୪ହଜାର ୫୩୬ ଜଣଙ୍କୁ ଟିକାଦାନ କରାଯାଇଛି ।
Powered by Froala Editor