୧ରେ କେନ୍ଦ୍ରୀୟ ବଜେଟ୍ : ଜାଣନ୍ତୁ କିଏ କିଏ ଅଛନ୍ତି ସୀତାରମଣଙ୍କ ଟିମ୍ରେ...

ଫେବ୍ରୁଆରୀ ୧ରେ ଆସିବ ଚତୁର୍ଥ କେନ୍ଦ୍ରୀୟ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବର୍ଷ ଲାଗି ବଜେଟ ଉପସ୍ଥାପନ କରିବେ। କରୋନା କାଳରେ ଆସୁଥିବା କେନ୍ଦ୍ରୀୟ ବଜେଟ୍ ଉପରେ ରହିଛି ସମସ୍ତଙ୍କ ନଜର । ଚଳିତଥର ନିର୍ମଳାଙ୍କ ବଜେଟ୍ ଟିମରେ ତାଙ୍କୁ ମିଶାଇ ୬ ଜଣ ସଦସ୍ୟ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ୨୦୨୨-୨୩ ବଜେଟ ପ୍ରସ୍ତୁତିରେ ସୀତାରମଣଙ୍କ ଟିମ୍ରେ କିଏ ନିର୍ବାହ କରୁଛନ୍ତି କେଉଁ ଦାୟିତ୍ୱ ।
ଟି.ଭି.ସୋମନାଥନ
କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ଏକ୍ସପେଣ୍ଡିଚର ସେକ୍ରେଟାରୀ ଟି.ଭି.ସୋମନାଥନ ଏଥର ବଜେଟ ଟିମର ମୁଖ୍ୟ ଚେହେରା ପାଲଟିଛନ୍ତି। ସୋମନାଥନ ଦେଶର ଫାଇନାନ୍ସ ସେକ୍ରେଟାରୀ । ସେ ହିଁ ଏହି ବଜେଟର ଦାୟିତ୍ୱ ସମ୍ଭାଳିଛନ୍ତି। ୧୯୮୭ ବ୍ୟାଚ୍ର ତାମିଲନାଡୁ କ୍ୟାଡର ଆଇପିଏସ୍ ଅଫିସର ସୋମନାଥନ କୋଲକାତା ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ପିଏଚଡି ହାସଲ କରିଛନ୍ତି।
ଦେବାଶିଷ ପଣ୍ଡା
ଦେବାଶିଷ ପଣ୍ଡା ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗର ସଚିବ ଅଛନ୍ତି । ବଜେଟରେ ଅର୍ଥ କ୍ଷେତ୍ର ସହ ଜଡ଼ିତ ସମସ୍ତ କାରବାର ତାଙ୍କ ଉପରେ ନ୍ୟସ୍ତ । ୧୯୮୭ ବ୍ୟାଚର ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ୍ ହେଉଛନ୍ତି ଦେବାଶିଷ । ଆର୍ଥିକ ସ୍ଥିରତା ରକ୍ଷା ଲାଗି ଆରବିଆଇ ସହ ସେ ମିଶି କାମ କରନ୍ତି ।
ତରୁଣ ବଜାଜ
ଅର୍ଥ ମନ୍ତ୍ରଣାଳୟର ରାଜସ୍ୱ ସଚିବ ହେଉଛନ୍ତି ତରୁଣ ବଜାଜ । ସେ ୧୯୮୮ ବ୍ୟାଚର ହରିୟାଣା କ୍ୟାଡର ଆଇଏଏସ୍ ଅଫିସର । ଅର୍ଥ ମନ୍ତ୍ରଣାଳୟ ପୂର୍ବରୁ ତରୁଣ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ । କରୋନାର ପ୍ରଥମ ପ୍ରବାହ ବେଳେ ସେ ଆର୍ଥିକ ମାମଲାର ସଚିବ ଭାବେ ଅର୍ଥ ମନ୍ତ୍ରଣାଳୟ ସହିତ ଅନେକ ଆଶ୍ୱସ୍ତି ପ୍ୟାକେଜରେ ସାମିଲ୍ ଥିଲେ ।
ତୁହିନକାନ୍ତ ପାଣ୍ଡେ
ନିବେଶ ଓ ସର୍ବସାଧାରଣ ସମ୍ପତ୍ତି ପରିଚାଳନା ବିଭାଗର ସଚିବ ଅଛନ୍ତି ତୁହିନ୍ କାନ୍ତ । ଯାହାଙ୍କ ବିଭାଗ ଉପରେ ଏବେ ସମସ୍ତଙ୍କ ନଜର। ୧୯୮୭ ବ୍ୟାଚ୍ର ଓଡିଶା କ୍ୟାଡର ଆଇଏଏସ୍ ଅଧିକାରୀ ଡିପାର୍ଟମେଣ୍ଟ ଅଫ ଇନଭେଷ୍ଟ ଏଣ୍ଡ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ (ଡିଆଇପିଏମ) ସଚିବ ଅଛନ୍ତି। ଗତ ଅକ୍ଟୋବର ୨୦୧୯ ସେ ଡିଆଇପିଏମ ସଚିବ ନିଯୁକ୍ତ ହୋଇଥିଲେ। ଏୟାର ଇଣ୍ଡିଆର ଘରୋଇକରଣରେ ତାଙ୍କର ପ୍ରମୁଖ ଭୂମିକା ମଧ୍ୟ ରହିଛି ।
ଅଜୟ ସେଠ୍
ଅର୍ଥମନ୍ତ୍ରାଳୟର ନୂଆ ସଦସ୍ୟ ଅଜୟ ସେଠ୍ ଇକୋନମିକ୍ ଆଫେୟାର୍ସ ସେକ୍ରେଟାରୀ ଆବସ୍ଥାପିତ ଅଛନ୍ତି। ଅଜୟ ୧୯୮୭ ବ୍ୟାଚ୍ କର୍ଣ୍ଣାଟକ କ୍ୟାଡର ଆଇଏଏସ୍ ଅଧିକାରୀ। ସେ ତୁଲାଉଥିବା ବିଭାଗ ଉପରେ ଡିଏଇ କ୍ୟାପିଟାଲ ମାର୍କେଟ୍, ଇନଭେଷ୍ଟମେଣ୍ଟ ଓ ଇନଫ୍ରାଷ୍ଟ୍ରକ୍ଚର ସମ୍ପର୍କିତ ନୀତିଲାଗି ନୋଡାଲ ଡିପାର୍ଟମେଣ୍ଟ ଦାୟିତ୍ୱ ରହିଛି। ଏଥିରେ ଦେଶର ଜିଡିପି ଗ୍ରାଥକୁ କାୟମ ରଖି ଅର୍ଥବ୍ୟବସ୍ଥାରେ ଘରୋଇ ପୁଞ୍ଜି ବ୍ୟୟର ରିଭାଇଭ ଭଳି ଜଟିଳ କାମ ମଧ୍ୟ ତାଙ୍କ ଦେଖରେଖରେ ହେଉଛି।
Powered by Froala Editor