ନବରଙ୍ଗପୁର ଝିଅ ବନିତା ପାଇବେ ରାଷ୍ଟ୍ରୀୟ ବାଲ୍ ପୁରସ୍କାର

ଭୁବନେଶ୍ୱର: ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ନବରଙ୍ଗପୁର ଝିଅ ବନିତା କୁମାରୀ ଦାଶ । ଗୋଟିଏ ଗ୍ରହାଣୁ ସନ୍ଧାନ ପାଇଁ ବନିତାଙ୍କୁ ଏହି ପୁରସ୍କାର ପ୍ରଦାନ ଲାଗି ମନୋନୀତ କରାଯାଇଛି । ମହାକାଶ ଗବେଷଣାରେ ସେ ଏହି ସଫଳତା ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ୨୦୨୨ବର୍ଷ ପାଇଁ ସାରା ଦେଶରେ ୨୯ଜଣ ପିଲା ଏହି ପୁରସ୍କାର ପାଇବେ । ଓଡିଶା ପାଇଁ ଖୁସି ଓ ଗର୍ବର ବିଷୟ, ଏହି ପ୍ରତିଭାଙ୍କ ମଧ୍ୟରେ ୧୬ବର୍ଷୀୟା ବନିତା ରହିଛନ୍ତି । ନବରଙ୍ଗପୁର ସହର ଗାଦବାଗୁଡା ସାହିର ବନବିହାରୀ ଦାଶ ମହାପାତ୍ର ଓ ତୃପ୍ତିରାଣୀ ଦାଶ ମହାପାତ୍ରଙ୍କ ବଡ ଝିଅ ବନିତା । ବାପା ନବୋଦୟ ବିଦ୍ୟାଳୟରେ ଚାକିରି କରିଥିବାରୁ ବନିତା ଉକ୍ତ ବିଦ୍ୟାଳୟରେ ଅଧ୍ୟୟନରତ ।
ଏବେ ସେ ମଧ୍ୟପ୍ରଦେଶ ଅନୁପୁର ସ୍ଥିତ ଅମରକଣ୍ଟକ ଜବାହର ନବୋଦୟ ବିଦ୍ୟାଳୟରେ ପଢୁଛନ୍ତି । ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଓ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଆନୁକୁଲ୍ୟରେ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ବନିତା ଗ୍ରହାଣୁ ସନ୍ଧାନରେ ସଫଳ ହୋଇଥିଲେ ।
Powered by Froala Editor