ରାଜପଥରେ ବାଜିଲା ‘ମୋନିକାଟ୍ଟଓ ମାଇଁ ଡାର୍ଲିଂ’ ଧୂନ

ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି ଗଣତନ୍ତ୍ର ଦିବସ ପରେଡ୍ର ରିହର୍ସଲ । କାହିଁକି ଜାଣିଛନ୍ତି? ନୌସେନା ବ୍ୟାଣ୍ଡ୍ ‘ମୋନିକା…ଓ ମାଇଁ ଡାର୍ଲିଂ’ ଗୀତର ଧୂନ ବଜାଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଏହି ଭିଡିଓକୁ MyGov India ଆପରେ ଆଧିକାରିକ ଭାବେ ସେୟାର କରାଯାଇଥିଲା । ତେବେ ଭିଡିଓ ସେୟାର ହେବା ପରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସିବାରେ ଲାଗିଛି ।
ବିରୋଧୀଙ୍କୁ ନୌସେନା ବ୍ୟାଣ୍ଡର ମୋନିକା ମାଇଁ ଡାର୍ଲିଂ ଭର୍ସନ ପସନ୍ଦ ଆସିନଥିବା ବେଳେ ସମର୍ଥକ କହୁଛନ୍ତି ସୈନିକଙ୍କର ମଧ୍ୟ ଜୀବନକୁ ଉପଭୋଗ କରିବାର ଅଧିକାର ଅଛି । ତେଣୁ ଏହାକୁ ନେଇ ଏତେ ରାଜନୀତିର ଆବଶ୍ୟକତା ନାହିଁ । ନୌସେନା ବ୍ୟାଣ୍ଡ ସମର୍ଥନରେ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ ଥିବା ବେଳେ ବିରୋଧରେ ଅଛନ୍ତି ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ର ।
ଟିଏମସି ସାଂସଦ ମହୁଆ ମୋଇତ୍ରା ଟ୍ଵିଟ୍ କରି କହିଛନ୍ତି, ଭାରତୀୟ ସେନାର ଶୌର୍ଯ୍ୟ ଚୁଲିକୁ ଯାଉ। ସେନା ଉପରେ ମୋଦୀ-ଶାହା ଭାରି ପଡିଛନ୍ତି। ଭିଡିଓ ଦେଖି ତାଙ୍କର ଲୋମ ଟାଙ୍କୁରି ଉଠୁ ନାହିଁ ବରଂ ବାନ୍ତି ଆସୁଛି।
ଭାରତୀୟ ଯୁବ କଂଗ୍ରେସର ଜାତୀୟ ସଭାପତି ବିଭି ଶ୍ରୀନିବାସ ଟ୍ଵିଟ୍ କରି କହିଛନ୍ତି, ଏଥର ଗଣତନ୍ତ୍ର ଦିବସରେ ‘ମୋନିକା…ଓ ମାଇଁ ଡାର୍ଲିଂ’ ବାଜିବ। କେହି କହି ପାରିବେ କି ଆସନ୍ତା ସାଧାରଣତନ୍ତ୍ର ଦିବସରେ କଣ ହେବ ? ଆପ୍ର ସାମାଜିକ ଗଣମାଧ୍ୟମ ଦଳର ସଦସ୍ୟ କପିଲ୍ ଲେଖିଛନ୍ତି, ସିନେମା ହଲ୍ରେ ଜାତୀୟ ସଙ୍ଗୀତ ଆଉ ଗଣତନ୍ତ୍ର ଦିବସ ପରେଡ୍ରେ ମୋନିଆ ଓ ମାଇଁ ଡାର୍ଲିଂ… ଦେଶରେ ତମାସାକରଣ ପ୍ରତିଦିନ ନୂତନ ଶିଖର ଛୁଉଁଛି !! ତେବେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ତାଙ୍କୁ ଏହି ଭିଡିଓ ପସନ୍ଦ ଆସିଥିବା ଲେଖିଛନ୍ତି।
ଅସଲମ ମିର୍ଜା କହିଛନ୍ତି, ଦୟାକରି ଆସନ୍ତା ବର୍ଷ ‘ଶୀଲା କି ଜଓ୍ଵାନୀ’ ବଜାଇବେ। ଭିଡିଓର ଆନନ୍ଦ ଉଠାଇବା ପାଇଁ ଲୋକଙ୍କ ଅଭାବ ନାହିଁ।
Powered by Froala Editor