ଦେଶରେ ୩ଲକ୍ଷ ୩୩ହଜାର ୫୩୩ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଗତକାଲି ତୁଳନାରେ ଆଜି ଦେଶରେ ୪ହଜାର ୧୭୧ ମାମଲା କମ୍ ଆସିଛି । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୩୩ହଜାର ୫୩୩ ଆକ୍ରାନ୍ତ । ସେହିପରି ଗୋଟିଏ ଦିନରେ କରୋନା ନେଲା ୫୨୫ଜଣଙ୍କ ଜୀବନ । ସଂକ୍ରମଣ ତୁଳନାରେ ଦେଶରେ ସୁସ୍ଥତା ମଧ୍ୟ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨,୫୯,୧୬୮ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ମୋଟ୍ ସକ୍ରିୟ ମାମଲା ରହିଛି ୨୧,୮୭,୨୦୫ । ସଂକ୍ରମଣ ହାର ତୁଳନାରେ ଦେଶରେ ଦୈନିକ ସଂକ୍ରମଣ ହାର ୧୭.୭୮% ରହିଛି । ଅନ୍ୟପଟେ ଦେଶରେ ଓମିକ୍ରନ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏଯାଏ ୧୦ ହଜାର ଉପରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି ।
Powered by Froala Editor