ଟିକାକରଣ ନେଇ ନୂଆ ନିର୍ଦ୍ଦେଶ : ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ ବୁଷ୍ଟର ଡୋଜ୍
![ଟିକାକରଣ ନେଇ ନୂଆ ନିର୍ଦ୍ଦେଶ : ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ ବୁଷ୍ଟର ଡୋଜ୍](https://odishanewslens.com/news_gallery/10063_1642863970.jpg)
ଦେଶରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ବେଳେ କେନ୍ଦ୍ର ସରକାର ଟିକାକରଣ ନେଇ ନୂଆ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ କୁହାଯାଉଛି କୋଭିଡ ଆକ୍ରାନ୍ତ ଠିକ୍ ହେବାର ତିନି ମାସ ପରେ ବୁଷ୍ଟର ଡୋଜ୍ ନେଇପାରିବେ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅବଗତ କରାଇଛି । ଏଥିସହ କେନ୍ଦ୍ର ସରକାର କୋୱିନ୍ ଆପରେ ଗୋଟିଏ ମୋବାଇଲ୍ ନମ୍ବରରେ ୪ ଜଣଙ୍କ ବଦଳରେ ୬ ଜଣ ପଞ୍ଜିକରଣ କରି ଟିକା ନେଇପାରିବେ ବୋଲି କହିଛନ୍ତି । ଏଥିସହ ଟିକା ନେଇଥିବା ଲୋକ ଟିକାକରଣ ଷ୍ଟାଟସକୁ ବଦଳାଇ ପାରିବେ ।
ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ବସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିକାଶ ଶୀଲ୍ ଲେଖିଥିବା ପତ୍ରରେ କହିଛନ୍ତି ଯେ, କୋଭିଡ୍ରେ ଅସୁସ୍ଥ ହୋଇପଡ଼ିଥିବା ଯୋଗ୍ୟ ବ୍ୟକ୍ତିମାନଙ୍କୁ ‘ପ୍ରିକସନ୍ ଡୋଜ୍’ (ବୁଷ୍ଟର୍ ଡୋଜ୍) ଦିଆଯିବା ସଂକ୍ରାନ୍ତରେ ପରାମର୍ଶ ଦେବା ପାଇଁ ବିଭିନ୍ନ ମହଲରୁ ଅନୁରୋଧ କରାଯାଇଛି। ଶୀଲ୍ ଲେଖିଛନ୍ତି, କୌଣସି ବ୍ୟକ୍ତି ‘ସାର୍ସ-୨ କୋଭିଡ୍-୧୯ ଅସୁସ୍ଥ’ ବୋଲି ‘ଲ୍ୟାବ୍ ଟେଷ୍ଟ୍’ରୁ ପ୍ରମାଣ ମିଳିଲେ, ସେ ସୁସ୍ଥ ହେବାର ୩ ମାସ ପରେ ଯାଇ ‘ପ୍ରିକସ୍ନାରି ଡୋଜ୍’ ସମେତ ଅନ୍ୟ ସମସ୍ତ କୋଭିଡ୍ ଟିକା ନେଇ ପାରିବେ।
Powered by Froala Editor