ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ମାସ୍କର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ମାସ୍କର ଆବଶ୍ୟକତା ନାହିଁ । ହେଲେ ୬ ବର୍ଷରୁ ୧୧ ବର୍ଷର ପିଲାମାନେ ନିଜ ନିରାପଦ ପାଇଁ ପିତାମାତାଙ୍କ ପରାମର୍ଶରେ ମାସ୍କ ପିନ୍ଧି ପାରିବେ । କୋଭିଡ ପରିଚାଳନା ପାଇଁ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୫ ବର୍ଷରୁ କମ୍ ବୟସ ପିଲାଙ୍କ ସୁରକ୍ଷା ଦୃଷ୍ଟିକୁ ନେଇ ମାସ୍କ ପିନ୍ଧିବା ଲାଗୁ ହେବନାହିଁ । ହେଲେ ୬ ବର୍ଷରୁ ୧୧ ବର୍ଷର ପିଲାମାନେ ନିଜ ନିରାପଦ ପାଇଁ ପିନ୍ଧି ପାରିବେ । ସେହିପରି ୧୨ ବର୍ଷରୁ ଅଧିକ ବୟସର ପିଲାମାନେ ବୟସ୍କଙ୍କ ଭଳି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ। କୋରୋନା ସଂକ୍ରମଣ ନିର୍ଦ୍ଦେଶାବଳୀ ଅନୁଯାୟୀ, ୧୮ ବର୍ଷରୁ କମ୍ ଅର୍ଥାତ୍ କିଶୋରମାନଙ୍କ ପାଇଁ ଆଣ୍ଟିଭାଇରାଲ୍ କିମ୍ବା ମୋନୋକ୍ଲୋନାଲ ଆଣ୍ଟିବଡି ବ୍ୟବହାର କରିବା ଅନୁମତି ଦିଆଯାଇ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି।
Powered by Froala Editor