ଲାହୋରରେ ସିରିଜ ବିସ୍ଫୋରଣ, ୫ ମୃତ

ଗୁରୁବାର ପାକିସ୍ତାନର ଗେଟ୍ ପାଖରେ ଥିବା ଅନରାକଲି ମାର୍କେଟରେ ଭୟଙ୍କର ସିରିଜ ବିସ୍ଫୋରଣ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଟାଇମ୍ କଣ୍ଟ୍ରୋଲ ଡିଭାଇସ ସାହାଯ୍ୟରେ ଏହି ବିସ୍ଫୋରଣ ଘଟାଯାଇଛି । ଏହି ଡିଭାଇସକୁ ଗୋଟିଏ ମୋଟର ସାଇକେଲ ଉପରେ ରଖାଯାଇଥିବା ପ୍ରଥାମିକ ତଦନ୍ତ ପରେ ସୂଚନା ଦେଇଛନ୍ତି ଲାହୋର ପୋଲିସର ମୁଖପାତ୍ର ରାଣା ଆରିଫ୍ ।
ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଦୋକାନ ଏବଂ ବିଲ୍ଡିଂ ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟଲରେ ଭର୍ତ୍ତି କରିଛନ୍ତି।
ଲାହୋରର ଏହି ପରିଚିତ ବାଜରରେ ଭାରତୀୟ ସାମଗ୍ରୀ ବିକ୍ରି ହୋଇଥାଏ। ତେବେ ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣ ପାଇଁ କୌଣସି ସଂସ୍ଥା କିମ୍ୱା କୌଣସି ବ୍ୟକ୍ତି ନିଜକୁ ଦାୟୀ କରିନାହାନ୍ତି ।
Powered by Froala Editor