ଆଜି ଦେଶରେ ୩ଲକ୍ଷ ପାର୍ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଉପରମୁହାଁ କରୋନା ଗ୍ରାଫ । ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ଦେଶରେ ୩ଲକ୍ଷ ୧୫ହଜାର ୧୧୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ୩ଲକ୍ଷରେ ପହଞ୍ଚିବା ପାଇଁ ୬ଦିନ ଲାଗିଥିବାବେଳେ ତୃତୀୟ ଲହରରେ ମାତ୍ର ୨୩ଦିନରେ ଏହା ସମ୍ଭବ ହୋଇଛି । ଦୈନିକ ପଜିଟିଭ୍ ହାର ୧୫.୧୩ପ୍ରତିଶତକୁ ବୃଦ୍ଧି ପାଇଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୯ଲକ୍ଷ ପାର୍ କରିଛି । ଦେଶରେ ସକ୍ରିୟ ମାମଲା ରହିଛି ୧୯ଲକ୍ଷ ୨୪ହଜାର ୫୧ରେ ପହଞ୍ଚିଛି । ଏବେ ସୁଦ୍ଧା ମୋଟ ୩କୋଟି ୫୮ଲକ୍ଷ ୭ହଜାର ୨୯ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୪.୨୭ ପ୍ରତିଶତରେ ପହଞ୍ଚିଛି । ଏହା ସହିତ ଟିକାକରଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ବେଗରେ ଚାଲିଛି ।
Powered by Froala Editor