ସାଉଥ୍ ଫ୍ୟାନ୍ସଙ୍କୁ ପୁଣି ଝଟ୍କା, ଅଲଗା ହେବେ ଧନୁଷ-ଐଶ୍ଚର୍ଯ୍ୟା

ଚେନ୍ନାଇ: ସାଉଥ୍ ଇଣ୍ଡଷ୍ଟ୍ରିରେ ଏବେ ଚାଲିଛି ବିବାହ ବିଚ୍ଛେଦ । ନିକଟରେ ସୁପରହିଟ୍ ଯୋଡ଼ି ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଯାହା ଫ୍ୟାନ୍ସମାନଙ୍କୁ ଖୁବ୍ ବାଧିଥିଲା । ଏହି ଘଟଣା ମନରୁ ନଲିଭୁଣୁ ଏବେ ଆଉ ଏକ ଖବର ଆସି ପହଞ୍ଚିଛି । ତାହା ହେଲା ପରସ୍ପରଠୁ ଅଲଗା ହେବାକୁ ଯାଉଛନ୍ତି ସାଉଥ ସେନସେସନ୍ ଧନୁଷ ଓ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ଚର୍ଯ୍ୟା ।
ପୂର୍ବରୁ ଉଭୟ ଅଲଗା ହେବା ନେଇ ଅନେକ ଥର ଚର୍ଚ୍ଚା ହୋଇଛି । ହେଲେ ସବୁବେଳେ ଏହାକୁ ଗୁମର ବୋଲି କୁହାଯାଉଥିଲା । ଏବେ ଏହା ସତ୍ୟ ପ୍ରମାଣିତ ହେବାକୁ ଯାଉଛି । ଧନୁଷ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି ।
ଧନୁଷ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ଦୀର୍ଘ ୧୮ ବର୍ଷର ଦୋସ୍ତି, କପଲ ଓ ପରସ୍ପରର ଶୁଭ ଚିନ୍ତକ ହିସାବରେ ଆମେ ଛିଡ଼ା ହେଲୁ । ଏବେ ଆମେ ଏପରି ସ୍ଥାନରେ ପହଞ୍ଚିଛୁ, ଯେଉଁଠାରୁ ଆମ ରାସ୍ତା ଭିନ୍ନ ହୋଇ ଯାଉଛି । ଐଶ୍ଚର୍ଯ୍ୟା ଓ ମୁଁ ପରସ୍ପରଠୁ ଅଲଗା ହେବାକୁ ଚିନ୍ତା କରିଛୁ । ଆମ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ ।
ଧନୁଷ ଓ ଐଶ୍ଚର୍ଯ୍ୟାଙ୍କ ୨ ସନ୍ତାନ ଅଛନ୍ତି । ଧନୁଷ ଏକାଧାରରେ ଜଣେ ଅଭିନେତା, ନିର୍ଦ୍ଦେଶକ, ପ୍ଲେବ୍ୟାକ୍ ସିଙ୍ଗର ଓ ପ୍ରଯୋଜକ । ସେ ଏ ପର୍ଯ୍ୟନ୍ତ ୪୬ଟି ଫିଲ୍ମରେ କାମ କରି ସାରିଲେଣି । ଦୀର୍ଘ ୧୮ ବର୍ଷ ଉଭୟ ଏକାଠି ରହିବା ପରେ ଏବେ ଉଭୟଙ୍କ ଅଲଗା ଖବର ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।
Powered by Froala Editor