ଟିକାକରଣର ବର୍ଷେ ପୂର୍ତ୍ତି ଅବସରରେ ଡାକଟିକେଟ ଉନ୍ମୋଚିତ

ରବିବାର ଟିକାକରଣକୁ ଗୋଟିଏ ବର୍ଷ ପୂରିଛି । ଏହି ଅବସରରେ କୋଭିଡ-୧୯ ଟିକାର ଏକ ଡାକ ଟିକେଟ୍ ଜାରି କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ଡାକ ଟିକଟର ଉନ୍ମୋଚନ କରିଛନ୍ତି । ଏହି ସ୍ମାରକୀ ଡାକଟିକେଟରେ ରହିଛି ଜଣେ ବରିଷ୍ଠ ନାଗରିକଙ୍କୁ ଜଣେ ସ୍ବାସ୍ଥ୍ୟସେବା କର୍ମୀ ଟିକା ଦେଉଥିବାର ଦୃଶ୍ୟ ଏବଂ ଗୋଟିଏ କୋଭାକ୍ସିନ୍ ଟିକା ଶିଶି। ସ୍ବାସ୍ଥ୍ୟମନ୍ତ୍ରୀ ମଣ୍ଡାଭୀୟ କହିଛନ୍ତି, ଦେଶର ପ୍ରତ୍ୟେକ୍ଷ ସେବା ଓ ସ୍ବାସ୍ଥ୍ୟସେବା କର୍ମୀ ଏବଂ ଜନସାଧାଣରଙ୍କୁ ମହାମାରୀ କବଳରୁ ନିରାପଦ ରଖିଥିବା ବୈଜ୍ଞାନିକ ସମୂହଙ୍କ ଉଲ୍ଲେଖନୀୟ କାର୍ଯ୍ୟାବଳୀକୁ ସୂଚାଉଛି।
ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ୨୦୨୧, ୧୬ ଜାନୁଆରିରେ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନର ବର୍ଷକ ମଧ୍ୟରେ ଆମେ ୧୫୬ କୋଟିରୁ ଊର୍ଦ୍ଧ୍ବ ଡୋଜ୍ ଟିକା ଦେବାରେ ସମର୍ଥ ହୋଇଛୁ। ଟିକା ନେବା ପାଇଁ କୁଣ୍ଠାବୋଧ କରାଇବା ଲାଗି କେତେକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ବ୍ୟକ୍ତି ବିଭ୍ରାନ୍ତିକର ଏବଂ ଭୁଲ୍ ସୂଚନା ପ୍ରସାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ, ପ୍ରଧାନମନ୍ତ୍ରୀ ଜନସାଧାରଣ, ବୈଜ୍ଞାନିକ ଏବଂ କମ୍ପାନିମାନଙ୍କୁ ଉତ୍ସାହିତ କରିଥିଲେ। ତେଣୁ, କୋଭିଡ୍-୧୯ ଟିକା ଗବେଷଣା, ପ୍ରସ୍ତୁତି ଏବଂ ଟିକାଦାନ ଅଭିଯାନ ସଫଳ ହୋଇଛି। ଆମ ଟିକାକରଣ କାର୍ଯ୍ୟକ୍ରମ ବାସ୍ତବରେ ବିଶ୍ବ ସମୁଦାୟ ପାଇଁ ଆଦର୍ଶ।
Powered by Froala Editor