ଟ୍ରେନ ଦୁର୍ଘଟଣାରେ ୯ ମୃତ, ୩୬ ଆହତ
କୋଲକାତା: ଦକ୍ଷିଣ ପଶ୍ଚିମବଙ୍ଗରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୌହାଟୀ ଓ ବିକାନେର ଏକ୍ସପ୍ରେସ ଜଲପାଇଗୁଡ଼ି ନିକଟସ୍ଥ ମୋୟନଗୁରି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାୟ ୬ଟି କୋଚ ଲାଇନଚ୍ୟୁତ ହୋଇଛି । ଏହାସହିତ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ୩୬ ଜଣ ଯାତ୍ରୀ ଆହତ ହୋଇଥିବା ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଟ୍ରେନରେ ୧୨୦୦ ଯାତ୍ରୀ ଯାତ୍ରା କରୁଥିଲେ ଏବଂ ଦୁର୍ଘଟଣା ପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ହୋଇଛି ।ଆଗକୁ ଅଧିକ ମୃତଦେହ ଉଦ୍ଧାର ହୋଇପାରେ ବୋଲି ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ପ୍ରାୟ ୧୨ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୬ଟି ହୋଇଛି ଲାଇନଚ୍ୟୁତ । ଘଟଣା ସମ୍ପର୍କରେ ଖବର ପାଇବା ପରେ ଏକ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛି । ଦୁର୍ଘଟଣା ସ୍ଥଳରେ ପ୍ରାୟ ୩୦ଟି ଆମ୍ବୁଲାନ୍ସ ରହି ଆହତ ଓ ମୃତଦେହର ଉଦ୍ଧାର କାର୍ୟ୍ୟରେ ଲାଗିଛି ।
ଦୁର୍ଘଟଣା ଦୁର୍ଗମ ଅଞ୍ଚଳରେ ହୋଇଥିବାରୁ ଉଦ୍ଧାର କାର୍ୟ୍ୟକୁ ବ୍ୟାପକ କରିବାରେ ସମସ୍ୟା ଉପୁଜିଛି ।
Powered by Froala Editor