ISRO ନୂଆ ମୁଖ୍ୟ ଏସ୍ ସୋମନାଥ
ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର (VSSC) ନିର୍ଦ୍ଦେଶକ ତଥା ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ୍. ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ISRO)ର ନୂଆ ମୁଖ୍ୟ ହୋଇଛନ୍ତି । କେ. ଶିବନଙ୍କ ସ୍ଥାନରେ ଏସ. ସୋମନାଥ ହୋଇଛନ୍ତି ନୂଆ ISRO ମୁଖ୍ୟ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଜାନୁଆରୀ ୧୪ରେ କେ. ଶିବନଙ୍କ କାର୍ଯ୍ୟକାଳ ଶେଷ ହେବ ।
VSSC ପୂର୍ବରୁ ଏସ. ସୋମନାଥ ଥିରୁଓ୍ବନନ୍ତପୁରମ ସ୍ଥିତ ଲିକ୍ୱଡ୍ ପ୍ରୋପଲ୍ସେନ ସିଷ୍ଟମ ସେଣ୍ଟରର ନିର୍ଦ୍ଦେଶକ ରହିଥିଲେ । ଇସ୍ରୋର ଯେତେଗୁଡିଏ ରକେଟର ବିକାଶ ହୋଇଛି ସେଥିରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସୋମନାଥ ଜଣେ ଲଞ୍ଚ ଭେଇକିଲ ଡିଜାଇନ ମାଷ୍ଟର ଭାବେ ବି ବେଶ ଜଣାଶୁଣା । ସେ ଲଞ୍ଚ ଭେଇକିଲ ସିଷ୍ଟମ ଇଂଜିନିୟରିଂ, ଷ୍ଟ୍ରକଚରାଲ ଡିଜାଇନ, ଷ୍ଟକଚରାଲ ଡାଇନୋମିକ୍ସ ଓ ପାଇରୋଟେକନିକ୍ସର ଜଣେ ବିଶେଷଜ୍ଞ ।
ଇସ୍ରୋର ମୁଖ୍ୟ ପଦରେ ଅବସ୍ଥାପିତ ହେବା ପୂର୍ବରୁ ସେ ଜିସାଟ-ଏମକେ୧୧(ଏଫ୦୯) କୁ ଅପଗ୍ରେଡ କରିବା କାମରେ ଲାଗିଥିଲେ । ଏହା ମାଧ୍ୟମରେ ଭାରି ସଞ୍ଚାର ସାଟେଲାଇଟକୁ ଅନ୍ତରୀକ୍ଷରେ ଲଞ୍ଚ କରାଯାଇ ପାରିବ । ଏହା ବ୍ୟତୀତ ଏସ୍ ସୋମନାଥ ଜିସାଟ-୬ଏ କୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ବି କାମ କରୁଛନ୍ତି । ଏହା ଦ୍ୱାରା ରିମୋର୍ଟ ସୋର୍ସିିଂ ସାଟେଲାଇଟକୁ ଠିକ୍ ଢଙ୍ଗରେ ଲଞ୍ଚ କରାଯାଇ ପାରିବ ।
ଏସ. ସୋମନାଥ ଜୁଲାଇ ୧୯୬୩ରେ ଜନ୍ମଗ୍ରହଣ କରିଥିଲେ । କେରଳ ବିଶ୍ବବିଦ୍ୟାଳୟରେ ମେକାନିକାଲ ଇଞ୍ଜିନିୟରିଂ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଆଇଆଇଏସସିରେ ଏରୋସ୍ପେସ୍ ଇଞ୍ଜିନିୟରିଂରେ ପିଜି ପରେ ବେଙ୍ଗାଳୁରୁରେ ଗୋଲ୍ଡ ମେଡାଲ୍ ପାଇଥିଲେ । ୨୦୧୪ରେ ସେ ISRO ପକ୍ଷରୁ ପରଫରମାନ୍ସ ଏକ୍ସଲେନ୍ସ ସମ୍ମାନ ପାଇଥିଲେ ।
Powered by Froala Editor