ଗିରଫ ହୋଇପାରନ୍ତି ବ୍ରହ୍ମା : ୧୧ ଥର ନେଇଛନ୍ତି କରୋନା ଟିକା
୧୧ଥର କରୋନା ଟିକା ନେବା ପରେ ବିହାର ମାଧେପୁରର ଜଣେ ବୃଦ୍ଧଙ୍କ ନାଁରେ ମାମଲା ରୁଜୁ ହୋଇଛି । ବୃଦ୍ଧ ଜଣକ ହେଉଛନ୍ତି ୮୪ ବର୍ଷୀୟ ବ୍ରହ୍ମା ଦେବ ମଣ୍ଡଳ । ଖୁବଶୀଘ୍ର ସେ ଗିରଫ ହୋଇପାରନ୍ତି।
ମାଧେପୁର ଥାନା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବିନୟ କୃଷ୍ଣ ପ୍ରସାଦ ଅଭିଯୋଗ ଆଣିବା ପରେ ବ୍ରହ୍ମାଦେବଙ୍କ ବିରୋଧରେ ବିଭିନ୍ନ ଧାରା ଅନୁଯାୟୀ ପୁଲିସ ମାମଲା ରଜୁ କରିଛି। ତାଙ୍କୁ ଗିରଫ କରିବା ପାଇଁ ପୁଲିସ ତଦନ୍ତ ମଧ୍ୟ ଆରମ୍ଭ କରିଥିବା ଜଣାପଡିଛି। ତାଙ୍କ ବିରୋଧରେ ପୁଲିସ ଜାମିନି ବିହୀନ ଆଇପିସି ଧାରା ୧୮୮, ୪୧୯, ୪୨୦ ଅନ୍ତର୍ଗତ ମାମଲା ରୁଜୁ କରିଛି। ତେବେ ବୟସାଧିକ ଦର୍ଶାଇ ବ୍ରହ୍ମଦେବ ମଣ୍ଡଳ ଗିରଫ ହେବା ପରେ ଜାମିନ ପାଇପାରନ୍ତି।
ସୂଚନା ମୁତାବକ, ବ୍ରହ୍ମାଦେବ ମଣ୍ଡଳ କରୋନା ଟିକା ଆସିବା ପରଠାରୁ ସେ ଆଧାର କାର୍ଡ କିମ୍ବା ଭୋଟର କାର୍ଡ ବ୍ୟବହାର କରି ଏପର୍ଯ୍ୟନ୍ତ ୧୧ ଥର ଟିକା ନେଇସାରିଥିବା କଥା ଖୁଲାସା ହୋଇଥିଲା। ୧୩ଫେବୃଆରୀ ୨୦୨୧ରେ ପ୍ରଥମ ଡୋଜ୍ ନେଇଥିଲେ। ୩୦ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ସେ ଟିକାର ୧୧ଟି ଡୋଜ ନେଇସାରିଥିଲେ। ତାଙ୍କ ପାଖରେ ସମସ୍ତ ଟିକାକରଣର ତାରିଖ ଏବଂ ସମୟ ମଧ୍ୟ ରହିଛି। ତେବେ ଆଶ୍ଚର୍ଯ୍ୟର କଥା ନିକଟରେ ସେ ୧୨ତମ କୋଭିଡ ଟିକାର ଡୋଜ୍ ନେବାକୁ ଛାଉସାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ହେଲେ ସେଦିନ ସେଠାରେ ଟିକାକରଣ ବନ୍ଦ ଥିବାରୁ ସେ ନିରାଶ ହୋଇ ଫେରିଥିଲେ। ଏହାପରେ ସେ ଏହି କଥାର ଖୁଲାସା କରିଥିଲେ ।
ତେବେ ଘଟଣାକୁ ନେଇ ବ୍ରହ୍ମଦେବ କହିଛନ୍ତି କି, ଟିକା ନେବା ପରେ ସେ ବହୁତ ସୁସ୍ଥତା ଅନୁଭବ କରୁଛନ୍ତି । ମୋର ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ପିଠି ଯନ୍ତ୍ରଣା ଭଲ ହୋଇଛି ।
Powered by Froala Editor