ମେ ୧ରେ ପହଞ୍ଚିବ ‘ସ୍ପୁଟନିକ୍ ଭି’
ନୂଆଦିଲ୍ଲୀ: କରୋନା ସଙ୍କଟ ଭିତରେ ଖୁସି ଖବର । ଆସନ୍ତା ୧ ତାରିଖ ସୁଦ୍ଧା ଭାରତରେ ପହଞ୍ଚିବ ରୁଷିଆ ଟିକା ‘ସ୍ପୁଟନିକ୍ ଭି’ । ଡାଇରେକ୍ଟ ଇନଭେଷ୍ଟେମେଣ୍ଟ ଫଣ୍ଡର ପ୍ରମୁଖ କିରିଲ ଦିମିତ୍ରୈକ ଏହି ସୂଚନା ଦେଇଛନ୍ତି । ଯାହାକି ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି । ଦେଶରେ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣରେ ଏହା ନିଶ୍ଚିତ ଭାବେ ସହାୟକ ହେବ ବୋଲି କୁହାଯାଉଛି ।
ଭାରତରେ ‘ସ୍ପୁଟନିକ୍ ଭି’ ୭୫୦ ଟଙ୍କା ପାଖାପାଖି ରହିପାରେ । ଯାହାକି କୋଭିସିଲ୍ଡ ଠାରୁ ଅଧିକ । କିନ୍ତୁ ସ୍ପୁଟନିକ ଭି ଟିକାର ସଫଳତା ହାର ୯୦% ଉପରେ ରହିଛି । କୋଭିସିଲ୍ଡ ଠାରୁ ଏହା ଅଧିକ । ସ୍ପୁଟନିକ ଟିକା ଲୋକ ଦେଶରେ ଆବଶ୍ୟକତା ଥିବା ଟିକାର ଚାହିଦାକୁ ପୂରଣ କରିବ ବୋଲି ଆଶା କରାଯାଉଛି ।
ରୁଷିଆ ଭାରତକୁ ୮୫୦ ମିଲିୟନରୁ ଅଧିକ ଟିକା ଯୋଗାଇବା ପାଇଁ ପାଞ୍ଚଟି ପ୍ରମୁଖ ଭାରତୀୟ ଟିକା ଉତ୍ପାଦକଙ୍କ ସହ ଚୁକ୍ତିନାମା କରିଥିବା ସୂଚନା ରହିଛି । ସର୍ବଭାରତୀୟସ୍ତରରେ ଏହି ଟିକାକୁ ମନଟରିଂ କରୁଥିବା ଆରଡିଏଫ୍ କହିଛି ଯେ ଗ୍ରୀଷ୍ମ ଋତୁ ସୁଦ୍ଧା ଭାରତରେ ଟିକା ଉତ୍ପାଦନ ୫୦ ମିଲିୟନ୍ ଡୋଜରେ ପହଞ୍ଚିବ ।
Powered by Froala Editor