‘ଭାରତରେ କରୋନା ମୃତୁ୍ୟ ସମ୍ପର୍କିତ ପ୍ରକୃତ ତଥ୍ୟ ଲୁଚାଯାଉଛି’
ନୂଆଦିଲ୍ଲୀ: ଭାରତରେ କରୋନା ମୃତୁ୍ୟ ସମ୍ପର୍କିତ ପ୍ରକୃତ ତଥ୍ୟ ଲୁଚାଯାଉଛି । ସରକାରୀ ରିପୋର୍ଟ ତୁଳନାରେ ଦେଶରେ ୫ ଗୁଣ ଅଧିକ ମୃତୁ୍ୟ ହେଉଥିବା ମିଶିଗନ ୟୁନିଭରସିଟିର ମହାମାରୀ ବିଶେଷଜ୍ଞ ଭ୍ରମର ମୁଖାର୍ଜୀ କହିଛନ୍ତି । ଭାରତରେ କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ସେ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ସେ ପ୍ରସ୍ତୁତ କରିଥିବା ମଡେଲ ଅନୁଯାୟୀ ଭାରତରେ କରୋନା ମୃତୁ୍ୟ ସଂଖ୍ୟା ରିପୋର୍ଟ ତୁଳନାରେ ୨ ରୁ ୫ ଗୁଣ ଅଧିକ ଥିବା ଜଣାପଡିଛି । କରୋନା ଯୋଗୁଁ ଚାରିଆଡେ଼ ଅସ୍ପୃଶ୍ୟତା ଦେଖା ଯାଇଥିବା କାରଣରୁ ପରିଜନମାନେ ଲାଜରେ ମୃତୁ୍ୟ ସମ୍ପର୍କିତ ତଥ୍ୟ ଲୁଚାଉଥିବା ସେ କହିଛନ୍ତି । ପ୍ରଶାସନ ସ୍ତରରୁ ମଧ୍ୟ ମୃତୁ୍ୟ ତଥ୍ୟ ଲୁଚାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ମଧ୍ୟପ୍ରଦେଶ ଭୋପାଳରେ ୧୩ ଦିନ ମଧ୍ୟରେ ମାତ୍ର ୪୧ ଜଣଙ୍କର କରୋନାରେ ମୃତୁ୍ୟ ହୋଇଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ ଅଛି । କିନ୍ତୁ ଇତି ମଧ୍ୟରେ ସହରରେ ଥିବା ସମସ୍ତ କବରସ୍ଥାନ ଏବଂ ଶ୍ମଶାନରେ ୧ ହଜାରରୁ ଅଧିକ ମୃତଦେହ ଅନ୍ତିମ ସଂସ୍କାର କରାଯାଇଛି । ଗୁଜୁରାଟରେ ମଧ୍ୟ ସ୍ଥିତି ସମାନ ରହିଛି ।
Powered by Froala Editor