ଫିକ୍ସ ଡିପୋଜିଟ୍ ଏବଂ ସେଭିଙ୍ଗ ଆକାଉଣ୍ଟ ଖାଲି କରିଦେଲେ ସାଇବର ଠକ

ବାଲେଶ୍ଵର ଜିଲ୍ଲା ନୀଳଗିରି ବାଲିଗୋହିରୀ ଅଞ୍ଚଳର ଜ୍ୟୋସ୍ନା ପାତ୍ର ନାମକ ଜଣେ ମହିଳାଙ୍କ ଫିକ୍ସ ଡିପୋଜିଟ୍ ଏବଂ ସେଭିଙ୍ଗ ଆକାଉଣ୍ଟରୁ ୧୨ ଲକ୍ଷ ୪୫ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ ।
ଜୋତ୍ସ୍ନା ପାତ୍ରଙ୍କର ବାଲେଶ୍ୱର ସହର ଇଣ୍ଡସଇଣ୍ଡ ବ୍ୟାଙ୍କରେ ୧୦ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ଓ ଅଢେଇ ଲକ୍ଷ ଟଙ୍କାର ସେଭିଙ୍ଗ ଥିଲା। ଗତକାଲି ଅର୍ଥାତ ୨୮ ତାରିଖରେ ଫିକ୍ସ ଡିପୋଜିଟ୍ ଥିବା ୧୦ ଲକ୍ଷ ଟଙ୍କା ସାଇବର ଠକ ଠକି ନେଇଥିଲେ। ଆଜି ଏ ସମ୍ପର୍କରେ ଜୋତ୍ସ୍ନା ଓ ତାଙ୍କ ସ୍ୱାମୀ ବ୍ୟାଙ୍କ ମ୍ୟାନେଜରଙ୍କ ପାଖରେ ଅଭିଯୋଗ କରିଥିଲେ। ଏଥିସହିତ ତାଙ୍କ ସେଭିଂ ଆକାଉଣ୍ଟକୁ ବ୍ଲକ୍ କରିବା ପାଇଁ ନିବେଦନ କରିିଥିଲେ। ମ୍ୟାନେଜର ଅଭିଯୋଗ ଶୁଣିବା ପରେ ସାଇବର ଥାନାରେ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ହେଲେ ମ୍ୟାନେଜର ଆକାଉଣ୍ଟ ବ୍ଲକ୍ କରିନଥିଲେ । ଯାହାଫଳରେ ସେମାନଙ୍କ ଉପସ୍ଥିତିରେ ସେଭିଂ ଆକାଉଣ୍ଟରେ ଥିବା ୨ ଲକ୍ଷ ୪୫ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ଏଥିପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଖାମ୍ଖିଆଲ ନୀତକୁ ଦାୟି କରିଛନ୍ତି ଜୋତ୍ସ୍ନା ଓ ତାଙ୍କ ସ୍ୱାମୀ।
ଏନେଇ ବ୍ୟାଙ୍କ ମ୍ୟାନେଜରଙ୍କ ପ୍ରତିକ୍ରିୟା ନେବାପରେ ସେ ବ୍ୟାଙ୍କକୁ ଆସିନଥିଲେ କିମ୍ବା ପ୍ରତିକ୍ରିୟା ଦେଇନଥିଲେ ବୋଲି ମ୍ୟାନଜର କହିଛନ୍ତି । ମହିଳାଙ୍କ ଆକାଉଣ୍ଟ କାରବାର ନେଇ ବ୍ୟାଙ୍କ କର୍ମଚାରୀଙ୍କୁ ପଚାରିବାରୁ ସେ ମଧ୍ୟ ସଠିକ୍ ଉତ୍ତରଦେଇପାରି ନଥିଲେ । ମହିଳା ଜଣଙ୍କ ହତାଶ ହୋଇ ବ୍ୟାଙ୍କ କର୍ମଚାରୀଙ୍କ ଅପାରଗତାକୁ ଦାୟୀ କରି ସାଇବର ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି।
Powered by Froala Editor