‘କୋଭାକ୍ସିନର ଏକ୍ସପାରି ଡେଟକୁ ବୃଦ୍ଧି କରାଯାଉ’

ନୂଆଦିଲ୍ଲୀ: ଭାରତ ବାୟୋଟେକ କମ୍ପାନୀ ଏବେ ଦାବି କରିଛି ଯେ ତା’ଦ୍ୱାରା ପ୍ରସ୍ତୁତ କରୋନା ପ୍ରତିଷେଧକ ଟିକା କୋଭାକ୍ସିନର ଏକ୍ସପାରି ଡେଟକୁ ୬ ମାସରୁ ୨୪ ମାସକୁ ବୃଦ୍ଧି କରାଯାଉ । ଏହାଯୋଗୁ ଟିକା ପ୍ରସ୍ତୁତ ହେବାର ୨୪ ମାସ ଯାଏଁ ଉକ୍ତ ଟିକାକୁ ବ୍ୟବହାର କରାଯାଇପାରିବ । ଏବେ କିନ୍ତୁ ଏହି ଅବଧିରୁ ୬ ମାସ ରଖାଯାଇଛି । କମ୍ପାନୀ ଏ ନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆଙ୍କ (ଡିସିଜିଆଇ) ଠାରୁ ଅନୁମତି ମାଗିଛି । କମ୍ପାନୀ କହିଛି କି ସିଏ ନିଜ ଦାବି ସପକ୍ଷରେ ଅନେକ ଦସ୍ତାବିଜ ମଧ୍ୟ ଉପସ୍ଥାପନ କରିଛି । ଡିସିଜିଆଇ ଗତ ଫେବ୍ରୁଆରୀରେ ସେରମ ଇନଷ୍ଟିଚୁ୍ୟଟ ଦ୍ୱାରା ପ୍ରସ୍ତୁତ କୋଭାସିଲ୍ଡ ଟିକାର ବ୍ୟବହାର ଅବଧିକୁ ୬ ମାସରୁ ୯ ମାସକୁ ବୃଦ୍ଧି କରିଥିଲେ ।
Powered by Froala Editor