ଡିମ୍ପଲ ଯାଦବ ଓ ତାଙ୍କ ଝିଅ କରୋନା ପଜିଟିଭ
ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ କୋଭିଡ ସଂକ୍ରମିତ ହୋଇଛନ୍ତି। ଡିମ୍ପଲ ଓ ତାଙ୍କର ଜଣେ ଝିଅଙ୍କ ଆରଟି-ପିସିଆର ରିପୋର୍ଟ ପଜେଟିଭ ଆସିଛି। ଗତକାଲି ଉଭୟଙ୍କ ନମୂନା ପରୀକ୍ଷା ହୋଇଥିଲା। ଆଜି ଦୁହିଁଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ଡିମ୍ପଲ ଯାଦବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହା ଜଣାପଡିବା ପରେ ସେମାନେ ନିଜ ଘରେ ନିଜକୁ ଆଇସୋଲେଟ କରିଛନ୍ତି। ସେ ପୂର୍ବରୁ କରୋନା ଟିକାର ଦୁଇଟି ଡୋଜ ନେଇସାରିଛନ୍ତି। କରୋନାର କୌଣସି ଲକ୍ଷଣ ନାହିଁ। ସୁରକ୍ଷା ଦୃଷ୍ଟିରୁ ସେ ନିଜକୁ ଆଇସୋଲେଟ୍ କରିଛନ୍ତି।
ଆଗକୁ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ସପା ନେତା ଅଖିଲେଶ ଯାଦବ ଲଗାତର ଭିନ୍ନ ଭିନ୍ନ ଅଞ୍ଚଳରେ ବିଜୟ ରଥ ଯାତ୍ରା କରୁଛନ୍ତି। ଏଥିରେ ବିପୁଳ ସଂଖ୍ୟା ସମାଜବାଦୀ ପାର୍ଟିର କର୍ମକର୍ତ୍ତା ସାମିଲ ହେଉଛନ୍ତି।
ଉତ୍ତରପ୍ରଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଉଛି। ଏଥିସହିତ ଉତ୍ତରପ୍ରଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ୨ଟି ମାମଲା ମଧ୍ୟ ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏହା ସହିତ କରୋନାର ସକ୍ରିୟ ମାମଲା ସଂଖ୍ୟା ମଧ୍ୟ ୨୧୧କୁ ବୃଦ୍ଧି ପାଇଛି।
Powered by Froala Editor