ହସ୍ପିଟାଲରେ ବିବାହ: କରୋନା ପଜିଟିଭ ବରକୁ ବରଣ କଲେ କନ୍ୟା

କେରଳର ଥିରୁଅନନ୍ତପୁରମ୍ରେ ଏକ ନିଆରା ବାହାଘର ହୋଇଛି । ବର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ବି କନ୍ୟା ଜଣକ ପିପିଇ କିଟ୍ ପିନ୍ଧି ବରଙ୍କ ବେକରେ ବରଣମାଳା ପକାଇଛନ୍ତି । ଥିରୁଅନନ୍ତପୁରମ୍ ଠାରେ ଥିବା ମେଡିକାଲରେ ଅନୁଷ୍ଠିତ ହୋଇଥିଲା ଏଭଳି ବିବାହ ।
ଆଲ୍ଲାପ୍ପୁଜା କେନାକାରୀରେ ରୁହନ୍ତି ଶରତ ଓ ଅଭରାମୀ । ବିଦେଶରେ ଚାକିରୀ କରୁଥିବା ଶରତ ବିବାହ ପାଇଁ ଭାରତ ଆସିଥିଲେ । ଆଉ ବିବାହ ପାଇଁ କିଣାକିଣି କରୁଥିବା ସମୟରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ଶରତଙ୍କ ମାଆ ମଧ୍ୟ ସଂକ୍ରମିତ ହୋଇଥିଲେ । ଫଳରେ ଉଭୟ ମାଆ ଓ ପୁଅଙ୍କୁ ଚିକିତ୍ସା ପାଇଁ ଆଲାପ୍ପୁଜା ମଡିକାଲର କୋଭିଡ ଓ୍ୱାର୍ଡରେ ଭର୍ତ୍ତି ହୋଇଥିଲେ । ଏପଟେ ବିବାହ ତାରିଖ ବି ପାଖେଇ ଆସୁଥିଲା । ଅର୍ଥାତ୍ ଏପ୍ରିଲ୍ ୨୫ରେ ଥିଲା ବିବାହ ଲଗ୍ନ । ଶେଷରେ ଏକଥା ଜଣାପଡିବା ପରେ ଦୁଇ ପରିବାର ବିବାହ ଘୁଞ୍ଚାଇବା ବଦଳରେ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେମାନେ କଲେକ୍ଟର ଏବଂ ଅନ୍ୟ ଅଧିକାରୀଙ୍କ ମତାମତ ଲୋଡିଥିଲେ । ଶେଷରେ ଆଲ୍ଲାପ୍ପୁଜା ମେଡିକାଲ କଲେଜ କୋଭିଡ ଓ୍ୱାର୍ଡରେ ଅନୁଷ୍ଠିତ ହୋଇଥିଲା ବିବାହ । ବିବାହ କରିବାକୁ କନ୍ୟା ଓ ଅନ୍ୟ ସଂପର୍କୀୟ ପିନ୍ଧିଥିଲେ ପିପିଇ କିଟ୍ । ବୈଦିକ ରୀତିନୀତି ଅନୁସାରେ ହସ୍ପିଟାଲରେ ବର କନ୍ୟା ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା ।
Powered by Froala Editor