ଆଜି ଦେଶରେ କରୋନା ନେଲା ୨୮୯ ମୁଣ୍ଡ
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ମୃତୁ୍ୟ ସଂଖ୍ୟାରେ ସାମାନ୍ୟ ବ୍ରେକ ଲାଗିଛି । ଆଜି ଦେଶରେ ୭ହଜାର ୧୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୮୯ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ଲକ୍ଷ ୭୭ହଜାର ୧୫୮କୁ ବୃଦ୍ଧି ପାଇଛି । ମୃତୁ୍ୟ ହାର ୧.୩୭ ପ୍ରତିଶତ ରହିଛି ।
ଏହି ସମୟ ମଧ୍ୟରେ ୮ହଜାର ୭୦୬ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୮ପ୍ରତିଶତ ରହିଛି । ବର୍ତ୍ତମାନ ସୁଦ୍ଧା ୩କୋଟି ୪୧ଲକ୍ଷ ୭୧ହଜାର ୪୭୧ ଜଣ ସୁସ୍ଥ ହୋଇ ଘରକୁ ପେରିଛନ୍ତ । ଅପରପକ୍ଷରେ ସକ୍ରିୟ ମାମଲା ୮୪ହଜାର ୫୬୫ ରହିଛି । ସକ୍ରିୟ ମାମଲା ୦.୨୬ ପ୍ରତିଶତରେ ପହଞ୍ଚିଛି । ଦୈନିକ ପଜିଟିଭ୍ ହାର ୦.୬୪ ପ୍ରତିଶତ ରହିଥିବାବେଳେ ସାପ୍ତାହିକ ପଜିଟିଭ୍ ହାର ୦.୭୧ ପ୍ରତିଶତରୁ କମ୍ ରହିଛି ।
Powered by Froala Editor