ଆଜି ଦେଶରେ ୭ହଜାର ୧୪୫ କାରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନେ କମିଲେ ଦିନେ ବଢୁଛି । ଦୈନିକ ସଂକ୍ରମଣ ଓ ମୃତୁ୍ୟ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୭ହଜାର ୧୪୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭ୍ ହାର ୦.୬୪ ପ୍ରତିଶତ ରହିଥିବାବେଳେ ସାପ୍ତାହିକ ପଜିଟିଭ୍ ହାର ୦.୭୧ ପ୍ରତିଶତରୁ କମ୍ ରହିଛି । ସେହିପରି ଆଜି ଦେଶରେ ୮ହଜାର ୭୦୬ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୮ ପ୍ରତିଶତ ରହିଛି ।
ବର୍ତ୍ତମାନ ସୁଦ୍ଧା ମୋଟ ୧୩୬ କୋଟି ୬୬ଲକ୍ଷ ୫ହଜାର ୧୭୩ଜଣଙ୍କୁ ଟିକାଦାନ ସରିଛି । ଅପରପକ୍ଷରେ ସକ୍ରିୟ ମାମଲା ୮୪ହଜାର ୫୬୫ ରହିଛି । ସକ୍ରିୟ ମାମଲା ୦.୨୬ ପ୍ରତିଶତରେ ପହଞ୍ଚିଛି ।
Powered by Froala Editor