ମାଗଣା ଟିକା ଦେବେ ୧୪ ରାଜ୍ୟ, କେଉଁ କେଉଁ ରାଜ୍ୟ ଜାଣନ୍ତୁ ?

ନୂଆଦିଲ୍ଲୀ: ଭାରତରେ ରବିବାର କରୋନା ମୁକାବିଲା ପାଇଁ ଟିକାକରଣ ଅଭିଯାନ ଆରମ୍ଭ କରାଯିବାର ୧୦୦ ଦିନ ପୂର୍ତ୍ତି ହୋଇଛି । ଏହି ସମୟ ଭିତରେ ସମୁଦାୟ ୧୪ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଅର୍ଥାତ ଦେଶର ମୋଟ ଜନସଂଖ୍ୟାର ୧୦% ଲୋକଙ୍କୁ ଟିକା ଦିଆଯାଇସାରିଲାଣି । କିନ୍ତୁ ଭାରତରେ କରୋନାର ତୃତୀୟ କିମ୍ବା ଅନ୍ୟ କୌଣସି ଲହରୀ ରୋକିବାକୁ ହେଲେ ୭୦% ଲୋକଙ୍କୁ ଟିକା ଦିଆଯିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏହି ପରିପ୍ରେକ୍ଷୀରେ ମେ ୧ ରୁ ୧୮ ରୁ ୪୫ ବର୍ଷ ବୟସ୍କ ଲୋକଙ୍କୁ ଟିକା ଦିଆଯିବା ଆରମ୍ଭ କରାଯିବ । ଇତି ମଧ୍ୟରେ, ୧୩ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ସରକାର ଘୋଷଣା କରିସାରିଲେଣି କି ସେମାନେ ଏହି ବର୍ଗର ଲୋକଙ୍କୁ ମାଗଣାରେ କରୋନା ପ୍ରତିଷେଧକ ଟିକା ଯୋଗାଇଦେବେ । ଯେଉଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ଏପରି ଘୋଷଣା କରିଛନ୍ତି । ସେମାନେ ହେଲେ ୟୁପି, ମଧ୍ୟପ୍ରଦେଶ, ବିହାର, ଦିଲ୍ଲୀ, ଛତିଶଗଡ଼, ପଞ୍ଜାବ, କେରଳ, ଆସାମ, ଝାଡ଼ଖଣ୍ଡ, ଗୋଆ, ସିକିମ, ରାଜସ୍ଥାନ, ମହାରାଷ୍ଟ୍ର ଓ ଓଡ଼ିଶା ।
Powered by Froala Editor