‘ସତସଙ୍ଗ’ର ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦାଙ୍କର ମହାପ୍ରୟାଣ

ଆଜି ସକାଳ ୯.୪୦ ମିନିଟରେ ‘ସତସଙ୍ଗ’ର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ମହାପ୍ରୟାଣ ହୋଇଛି । ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ମିସନ୍ ହସ୍ପିଟାଲରେ ୮୯ ବର୍ଷ ବୟସରେ ଶ୍ରୀଶ୍ରୀଦାଦା ଇହଲୀଳା ସମ୍ବରଣ କରିଛନ୍ତି। ଗୁରୁବାର ଡାକ୍ତରଖାନା ପକ୍ଷରୁ ଶ୍ରୀଶ୍ରୀଦାଦାଙ୍କର ବିୟୋଗ ସଂକ୍ରାନ୍ତରେ ସୂଚନା ଦିଆଯାଇଛି। ବୈଦିକ ବିଧିମତେ ଆଚାର୍ଯ୍ୟଦେବଙ୍କର ଶେଷକୃତ୍ୟ ଦକ୍ଷିଣ ଦୁର୍ଗାପୁର ସତସଙ୍ଗ ବିହାର ପରିସରରେ ସଂପନ୍ନ ହେବ।
ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ପୌତ୍ର ଶ୍ରୀଶ୍ରୀଦାଦା ୧୯୩୩ ମସିହା ଅକ୍ଟୋବର ୨୧ ତାରିଖରେ ଏବେକାର ବାଂଲାଦେଶର ହିମାୟିତପୁରଠାରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀଶ୍ରୀଦାଦା ୧୯୯୪ ମସିହାରେ ‘ସତସଙ୍ଗ’ର ଆଚାର୍ଯ୍ୟଦେବ ଭାବେ ଅଭିଷିକ୍ତ ହେବାପରେ ତାଙ୍କର ଅଭିଭାବକତ୍ୱ ଓ ନେତୃତ୍ବରେ କାୟାବିସ୍ତାର କରିଥିଲା ସତସଙ୍ଗ। ଶ୍ରୀଶ୍ରୀଦାଦାଙ୍କର ମହାପ୍ରୟାଣରେ କୋଟିକୋଟି ସତସଙ୍ଗୀ ଅଭିଭାବକହୀନ ହୋଇପଡ଼ିବା ସହ ଦେଶର ଆଧ୍ୟାତ୍ମିକ ପରିସରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।
Powered by Froala Editor