ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ କ୍ୟାପଟେନ ବରୁଣ ସିଂହ

ତାମିଲନାଡୁର କୁନୁରରେ ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂହଙ୍କର ଦେହାନ୍ତ ହୋଇଛି । ବେଙ୍ଗାଲୁରୁର କମାଣ୍ଡ ହସ୍ପିଟାଲରେ ବରୁଣ ସିଂହ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ହେଲିକପ୍ଟର ଦୁର୍ଘଟଣାରେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।
ଭାରତୀୟ ବାୟୁସେନା ଟୁଇଟ୍ କରି ଏହି ସୂଚନା ଦେଇଛି । IAF ଟ୍ୱିଟ୍ କରି କହିଛି ଯେ ଚିକିତ୍ସା ସମୟରେ ଗ୍ରୁପ୍ କ୍ୟାପଟେନଙ୍କ ଦେହାନ୍ତ ହୋଇଛି । ଏଥିପାଇଁ ଭାରତୀୟ ବାୟୁସେନା ଅତ୍ୟନ୍ତ ଦୁଃଖପ୍ରକାଶ କରୁଛି । ତାଙ୍କ ଦେହାନ୍ତରେ ବାୟୁସେନା ଅଧିକାରୀମାନେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
ଗତ ଡିସେମ୍ବର ୮ ରେ, ତାମିଲନାଡୁର କୁନୁରରେ CDS ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ CDS ବିପିନ୍ ରାୱତଙ୍କ ସମେତ ୧୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
Powered by Froala Editor