ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ ‘ଓମିକ୍ରନ୍’ ଭାରିଆଣ୍ଟରେ ସଂକ୍ରମିତ ରୋଗୀଙ୍କ ମୋଟ ସଂଖ୍ୟା ୫୬ କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ମହାରାଷ୍ଟ୍ର ହେଉଛି ସର୍ବାଧିକ ପ୍ରଭାବିତ ରାଜ୍ୟ ଯେଉଁଠାରେ ଏପର୍ୟ୍ୟନ୍ତ ମୋଟ ୨୮ ଟି ମାମଲା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ରାଜସ୍ଥାନ ୧୩ ଟି ମାମଲା ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ଏହା ବ୍ୟତୀତ ଗୁଜୁରାଟ (୪), କର୍ଣ୍ଣାଟକ (୩), କେରଳ (୧), ଆନ୍ଧ୍ରପ୍ରଦେଶ (୧) ଏବଂ ଦିଲ୍ଲୀ (୬) ରେ ମାମଲା ରହିଛି।
ଏହି ଭାରିଆଣ୍ଟର ସଂକ୍ରମଣ ବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି। ଏଥି ସହିତ, କେନ୍ଦ୍ର ସରକାର ବୁଷ୍ଟର ଡୋଜ ଉପରେ ଶୀଘ୍ର କାର୍ୟ୍ୟ କରୁଛନ୍ତି ଯାହା ଦ୍ୱାରା ଏହି ବିପଜ୍ଜନକ ପ୍ରକାରର ମୁକାବିଲା କରାଯାଇପାରିବ।
ବ୍ରିଟେନରୁ ଗୌତ୍ତମବୁଦ୍ଧ ନଗରକୁ ଆସିଥିବା ପାଞ୍ଚ ଜଣଙ୍କ ମଧ୍ୟରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଗୌତ୍ତମବୁଦ୍ଧ ନଗରକୁ ସିଏମଓ ଡାକ୍ତର ସୁନୀଲ ଶର୍ମା ଏହା ନିଶ୍ଚିତ କରିଛନ୍ତି। ସମସ୍ତ ସଂକ୍ରମିତଙ୍କ ନମୁନାକୁ ଜିନୋମ ସିକ୍ୱେନସିଂ ପାଇଁ ପଠାଯାଇଛି, ଯାହାଦ୍ୱାରା ଓମିକ୍ରନ୍ ସଂକ୍ରମଣର ଯାଞ୍ଚ ହୋଇପାରିବ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ଏଯାଏଁ ମୋଟ ୭୭ ଟି ଦେଶରେ ଓମିକ୍ରନ୍ ବ୍ୟାପିଛି ।
Powered by Froala Editor