ଆଜି ଦେଶରେ ୬ହଜାର ୯୮୪ କାରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନେ କମିଲେ ଦିନେ ବଢୁଛି । ଗତ ୨୪ଘଣ୍ଟାରେ ଦେଶରେ ୬ହଜାର ୯୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ କେରଳରୁ ୩,୩୭୭ଜଣ ରହିଛନ୍ତି । ଦୈନିକ ପଜିଟିଭ୍ ହାର ୦.୬୪ ପ୍ରତିଶତ ରହିଥିବାବେଳେ ସାପ୍ତାହିକ ପଜିଟିଭ୍ ହାର ୦.୭୧ ପ୍ରତିଶତରୁ କମ୍ ରହିଛି । ସେହିପରି ଆଜି ଦେଶରେ ୮ହଜାର ୧୬୮ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୮ ପ୍ରତିଶତ ରହିଛି ।
ବର୍ତ୍ତମାନ ସୁଦ୍ଧା ମୋଟ ୧୩୪ କୋଟି ୬୧ଲକ୍ଷ ୧୪ହଜାର ୪୮୩ଜଣଙ୍କୁ ଟିକାଦାନ ସରିଛି । ଗତ ୨୪ଘଣ୍ଟାରେ ୬୮ଲକ୍ଷ ୮୯ହଜାର ୨୫ଜଣଙ୍କୁ ଟିକାଦାନ କରାଯାଇଛି ।
Powered by Froala Editor