ଇଣ୍ଡୋନେସିଆରେ ଭୂକମ୍ପ, ଆସିପାରେ ସୁନାମି !

ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ ହୋଇଛି। ମଙ୍ଗଳବାର ଇଣ୍ଡୋନେସିଆର ମୈମେରେର ୯୫ କିଲୋମିଟର ଉତ୍ତର-ପୂର୍ବରେ ଥିବା ନ୍ୟୁସା ଟେଙ୍ଗଗାରାରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ରିକ୍ଟେର ସ୍କେଲରେ ଏହାର ତିବ୍ରତା ୭.୭ ରେକର୍ଡ଼ କରାଯାଇଛି।
ଆମେରିକୀୟ ଜିୟୋଲୋଜିକାଲ ସର୍ଭେ କହିଛି ଯେ, ଭୂମିକମ୍ପର କେନ୍ଦ୍ର ଥିଲା ପୂର୍ବ ଇଣ୍ଡୋନେସିଆ ମୈମେରେ ସହର । ଏହା ଫଳରେ ଭୂକମ୍ପ କେନ୍ଦ୍ରଠାରୁ ୧୦୦୦ କିମି ବା ୬୦୦ ମାଇଲ୍ ଯାଏଁ ଉପକୂଳବର୍ତ୍ତୀ ଅଞ୍ଚଳରେ ବଡ ବଡ ଜୁଆର ଆସିପାରେ । ତେବେ ଲୋକେ ଭୟଭୀତ ନହୁଅନ୍ତୁ । କାରଣ ଏହା ଅତି ଭୟଙ୍କର ରୂପ ଧାରଣ କରିବାର ସମ୍ଭାବନା କମ୍ ରହିଛି । ଭୂକମ୍ପ କାରଣରୁ କଣ କ୍ଷୟକ୍ଷତି ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ଏହାପୂର୍ବରୁ ଡିସେମ୍ବର ୫ ରେ ଇଣ୍ଡୋନେସିଆର ଟୋବେଲୋ ଠାରୁ ୨୫୯ କିଲୋମିଟର ଦୂରରେ ଉତ୍ତର ଦିଗରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୦ ରେକର୍ଡ କରାଯାଇଥିଲା ।
Powered by Froala Editor