ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାନ୍ କରୋନା ଆକ୍ରାନ୍ତ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାନ୍ ଓ ଅମୃତା ଅରୋରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାହା ପରେ ବିଏମସି କରୀନା କପୁରଙ୍କ ଘରକୁ ସିଲ୍ କରିଦେଇଛି। ଏ ନେଇ ବିଏମସି ଏକ ବିବୃତ୍ତି ଜାରି କରି ସୂଚନା ଦେଇଛି। ଯଦିଓ ଏଯାଏଁ କରୀନାଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ କିନ୍ତୁ ସେ କାହାକାହା ସହ ସମ୍ପର୍କରେ ଆସିଛନ୍ତି ତାହାର ରେକର୍ଡ ଟ୍ରାକ କରିବାରେ ଲାଗି ପଡିଛି ବିଏମସି । ଅନ୍ୟପଟେ ତାଙ୍କ ପରିବାର ଓ ସମସ୍ତ କର୍ମଚାରୀ କରୋନାର ଦୁଇଟି ଯାକ ଡୋଜ୍ ନେଇଥିବା ପ୍ରକାଶ କରିଛନ୍ତି କରିନା କପୁର । ଏ ବାବଦରେ ନିଜ ଇନଷ୍ଟାଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପୋଷ୍ଟ କରିଛନ୍ତି , ଯେଉଁଥିରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଟେଷ୍ଟିଙ୍ଗ କରେଇନେବାକୁ ଅନୁରୋଧ କରିଛନ୍ତି କରୋନା ।
ବିଏମସି କମିଶନର ସୁରେଶ କାକାନୀ କହିଛନ୍ତି, କରୀନା ବର୍ତ୍ତମାନ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ୧୫-୨୦ ଲୋକଙ୍କୁ ଚିହ୍ନଟ କରାଯାଇଛି ଏବଂ ସେ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଛି, ଯାହାର ରିପୋର୍ଟ ଆସନ୍ତାକାଲି ଆସିବ। ଦୁଇ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହେବା ପରେ ସେମାନଙ୍କର ଘରକୁ ସିଲ୍ କରିଦିଆଯାଇଛି। ବିଏମସିର ଦୁଇଟି ଟିମକୁ ପ୍ରତି ଗୋଟିଏ ୱାର୍ଡରେ ନିୟୋଜିତ କରାଯାଇଛି, ଯଦ୍ଦ୍ୱାରା କୋଭିଡ୍ ନିୟମ ଠିକ୍ ଭାବେ ପାଳନ ହେଉଛି ନା ନାହିଁ, ଜଣା ପଡ଼ିବ। ଯେଉଁମାନେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି।
କରୀନାଙ୍କ ସମ୍ବନ୍ଧରେ ବିଏମସି କହିଛି, କରୀନାଙ୍କ ଟ୍ରାଭେଲ୍ ହିଷ୍ଟ୍ରୀର ଯାଞ୍ଚ କରାଯାଇଛି। ଭାରିଏଣ୍ଟକୁ ଜାଣିବା ପାଇଁ ତାଙ୍କ ସାମ୍ପଲକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଇ ଦିଆଯାଇଛି। ତେବେ ବିଏମସି ଏପର୍ୟ୍ୟନ୍ତ କରୀନାଙ୍କ ବିରୋଧରେ କରୋନା ନିୟମକୁ ନେଇ କୌଣସି ପ୍ରକାରର ଅଭିଯୋଗ କରିନାହିଁ।
Powered by Froala Editor