ହରନାଜ ସାନ୍ଧୁ ବ୍ରହ୍ମାଣ୍ଡ ସୁନ୍ଦରୀ
ଇସ୍ରାଏଲ: ୨୧ ବର୍ଷ ପରେ ଭାରତକୁ ବ୍ରହ୍ମାଣ୍ଡ ସୁନ୍ଦରୀ ତାଜ । ଭାରତୀୟ ଭାବେ ହରନାଜ ହୋଇଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ । ୮୦ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ବିଜୟ ମୁକୁଟ ପିନ୍ଧିଛନ୍ତି ପଞ୍ଜାବର ହରନାଜ ସାନ୍ଧୁ । ଇସ୍ରାଏଲରେ ଅନୁଷ୍ଠିତ ୭୦ତମ ମିସ ୟୁନିଭର୍ସ ପ୍ରତିଯୋଗିତାରେ ସଫଳ ହୋଇଛନ୍ତି ହରନାଜ । ମେକ୍ସିକୋର ଆଣ୍ଡିଆ ମେଜା ହରନାଜଙ୍କୁ ବିଜୟ ମୁକୁଟ ପିନ୍ଧାଇଛନ୍ତି ।
୨୦୦୦ ମସିହାର ବଲିଉଡ ଅଭିନେତ୍ରୀ ଲାରା ଦତ୍ତ ବ୍ରହ୍ମାଣ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ । ଏହାପରେ ଭାରତର ଆଉ କୌଣସି ପ୍ରତିଯୋଗୀ ଏହି ସଫଳତା ଆଣିନଥିଲେ । ଏବେ ହରନାଜ୍ ୨୧ ବର୍ଷ ପରେ ଭାରତକୁ ଏହି ଗୌରବ ଆଣିଦେଇଛନ୍ତି । ଏହାକୁ ମିଶାଇ ଭାରତ ତୃତୀୟ ଥର ଏହି ଟାଇଟଲ ହାସଲ କରିଛି । ମିସ ପାରାଗୱେଙ୍କୁ ପଛରେ ପକାଇ ପ୍ରତିଯୋଗିତାରେ ହରନାଜ୍ କୌର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ମିସ୍ ସାଉଥ ଆଫ୍ରିକା ତୃତୀୟ ସ୍ଥାନରେ ରହିଛନ୍ତି ।ପ୍ରକାଶ ଥାଉ କି, ହରନାଜଙ୍କ ପୂର୍ବରୁ ୧୯୯୪ରେ ସୁସମିତା ସେନ ଓ ଏହାର ୬ ବର୍ଷ ପରେ ୨୦୦୦ ମସିହାରେ ଲାରା ଦତ୍ତ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଥିଲେ । ଆଉ ଦୀର୍ଘ ୨୧ ବର୍ଷ ପରେ ହରନାଜ ସିନ୍ଧୁ ଏହି ସଫଳତା ଆଣିଛନ୍ତି ।
Powered by Froala Editor